ବିଧାନସଭାରେ ପାରିତ ହେଲା ଏହି ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍
ଭୁବନେଶ୍ୱର – ବିଧାନସଭାରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି । ପୌର ବିଧି ସଂଶୋଧନ ବିଲ,ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍, ଓଡ଼ିଶା ଚକବନ୍ଦୀ ବିଲ୍, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍, ଦ୍ରବ୍ୟ ଓ ସେବା କର ବିଲ୍ ବିଧାସଭାରେ ପାରିତ ହୋଇଛି । ।
ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ପାରିତ ହେବାରୁ ଲିକାନା ଅଧିନୟମ, ୧୯୮୨ ଓ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨ ଆଉ କାର୍ଯ୍ୟ କରିବ ନାହିଁ ।
ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣିବା ପରେ ଏବେ ଏହାର କ୍ରେତା ଅଧିକ ଅଧିକାର ପାଇ ପାରିବେ । ମାଲିକ ସଂଘ ନାମରେ ଏହାର କମନ୍ ଏରିଆ, ଖେଳପଡିଆ, ପାର୍କ ଏବଂ ଅନ୍ୟ ସର୍ବାସାଧାରଣ ସ୍ଥାନ ପଞ୍ଜିକୃତ ହେବ । ଏହାଦ୍ୱାରା ଫ୍ଲାଟ କିଣୁଥିବା ବ୍ୟକ୍ତି ବିଶେଷଙ୍କର ସ୍ୱାର୍ଥରକ୍ଷା ହୋଇପାରିବ ।
Comments are closed.