www.samajalive.in
Monday, December 15, 2025
26.1 C
Bhubaneswar

ଲାଞ୍ଚ ନେଇ ଗିରଫ ହେଲେ କିରାଣୀ

କେନ୍ଦୁଝରଗଡ଼ : କର୍ମଚାରୀଙ୍କ ବର୍ଦ୍ଧିତ ବକେୟା ମହଙ୍ଗା ଭତ୍ତା ବିଲ୍‍ ପାସ କରିବା ପାଇଁ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ କେନ୍ଦୁଝରର ଆୟୁର୍ବେଦିକ କାର୍ଯ୍ୟାଳୟ ମୁଖ୍ୟକିରାଣୀ ଦେବାଶିଷ ମହାପାତ୍ର ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ।

କେନ୍ଦୁଝର ଜିଲାର ବିଭିନ୍ନ  ଚିକିତ୍ସାଳୟରେ କାର୍ଯ୍ୟରତ ୩୦ଜଣ ଅଧିକାରୀ ସହାୟକଙ୍କ ଜାନୁୟାରୀରୁ ମେ ପର୍ଯ୍ୟନ୍ତ ୫ମାସର ବର୍ଦ୍ଧିତ ବକେୟା ମହଙ୍ଗା ଭତ୍ତା ବିଲ୍‍ ପାସ ପାଇଁ ଜିଲା ଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦେବାଶିଷ ପାତ୍ର ୧୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ତେବେ ଏକସଙ୍ଗେ ଏତେ ପରିମାଣର ଅର୍ଥ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ପ୍ରଥମେ ଅଗ୍ରୀମ ଭାବେ ୫ହଜାର ଟଙ୍କା ପ୍ରଦାନ ସହ ବିଲ୍‍ ପାସ୍‍ ହେବାପରେ ଅବଶିଷ୍ଟ ୧୦ହଜାର ଟଙ୍କା ଲାଞ୍ଚ ଅର୍ଥ ପ୍ରଦାନ କରିବାକୁ ଚମ୍ପୁଆ ଉପଖଣ୍ଡ ପୁରୁଷୋତ୍ତମପୁର ଅଧିକାରୀ ଚିକିତ୍ସାଳୟ ସହାୟକ ବିରାମ ଟୁଡୁଙ୍କୁ ମୁଖ୍ୟ କିରାଣୀ ଦୋବାଶୀଷ କହିଥିଲେ ।

- Advertisement -

ଏ ସମ୍ପର୍କରେ ସହାୟକ ଟୁଡୁ ସୋମବାର ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ପରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୦ମି.ରେ ମୁଖ୍ୟକିରାଣୀ ମହାପାତ୍ର ସହାୟକ ଅଭିୟୋଗକାରୀ ଟୁଡୁଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ ।

ତାଙ୍କଠାରୁ ଲାଞ୍ଚ ଅର୍ଥ ଉଦ୍ଧାର ପରେ ମୁଖ୍ୟ କିରାଣୀ ମହାପାତ୍ରଙ୍କ ସରକାରୀ ବାସଭବନ ସମେତ ତାଙ୍କ ସ୍ତ୍ରୀ ଅବସ୍ଥାନ କରୁଥିବା ବାରିପଦାସ୍ଥିତ ଆନନ୍ଦବଜାର ଭଡା ଗୃହ ଏବଂ ଖୋର୍ଦ୍ଧା ଜିଲା ବେଗୁନିଆ ଅଧିନ କୁଶପାଳସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଜାରି ରହିଛି । କେନ୍ଦୁଝର ଭିଜିଲାନ୍ସ ଡିଏସ୍‍ପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ କର୍ମଚାରୀ ଧୃବେନ୍ଦ୍ର ପାତ୍ର, ସର୍ବେଶ୍ୱର ସାହୁ, ରାଜଶ୍ରୀ ଷଡଙ୍ଗୀ, ମଳୟ କୁମାର ବାରିକ, ମନ୍ଥ ସିଂ ଓ ଗଣନାଥ ବଳ ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ । ଗିରଫ ପରେ ଅଭିଯୁକ୍ତ ମୁଖ୍ୟ କିରାଣୀଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories