ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀ ଜ୍ୟୋତିର୍ମୟୀ ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୁ ଜାତୀୟ ସେବା ଯୋଜନା ଦିବସରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଠାରୁ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ସ୍ବେଛାସେବୀ ପୁରସ୍କାର ପାଇଛନ୍ତି । ସେବର୍ତ୍ତ ମାନ ପ୍ରି ଆରଡ଼ି ସିଲେକ୍ସନ କ୍ୟାମ୍ପ କଟକର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଥିବାରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ ପୁରସ୍କାର ଗ୍ରହଣ କରିଥିଲେ।
ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସଂଯୋଜକ ଜୟନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଓ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅଧକ୍ଷ ଦୀନବନ୍ଧୁ ମହାନ୍ତି ଓ ସମସ୍ତ କର୍ମଚାରୀ କଲେଜ ପାଇଁ ଗୌରବ ଆଣିଥିବାରୁ ଜ୍ୟୋତିର୍ମୟୀ ଙ୍କ ଉଜ୍ବଳ ଭବିଷ୍ୟତ ଓ ଶୁଭେଚ୍ଛା ଜଣାଇଛନ୍ତି।



