www.samajalive.in
Monday, December 15, 2025
16.1 C
Bhubaneswar

ସାମ୍ନାକୁ ଆସିଲା ରାଜକୀୟ ବିବାହର ଝଲକ୍‌; ପ୍ରଶଂସକଙ୍କ ମନ ମୋହୁଛି ପରିଣୀତି-ରାଘବ ଯୋଡ଼ି

ଉଦୟପୁର: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ରାଘବ ଚଢା ସବୁଦିନ ପାଇଁ ଏକାଠି ହୋଇଯାଇଛନ୍ତି। ଉଭୟ ରବିବାର ଉଦୟପୁରର ଲୀଲା ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତିରେ ଧୁମ୍‌ଧାମ୍‌ରେ ବିବାହ କରିଛନ୍ତି।

- Advertisement -

ଏହି ରାଜକୀୟ ବିବାହର ଝଲକ୍‌ ପାଇବା ପାଇଁ ସମସ୍ତେ ଉତ୍ସାହିତ ଥିବା ବେଳେ ବିବାହ ରୀତିନୀତି ସହ ଜଡ଼ିତ କୌଣସି ଫଟୋ କିମ୍ବା ଭିଡିଓ ଶେୟାର କରିବା ଉପରେ କଡ଼ା ନିଷେଧାଦେଶ ଯୋଗୁ ଲୋକଙ୍କ ଇଚ୍ଛା ଅଧା ରହି ଯାଇଥିଲା।

କିନ୍ତୁ ଏବେ ଲୋକଙ୍କ ଅପେକ୍ଷାର ଅନ୍ତ ଘଟିଛି। ସାମ୍ନାକୁ ଆସିଛି ଏହି ସୁନ୍ଦର ଯୋଡ଼ିଙ୍କ ବିବାହ ପରର କିଛି ଫଟୋ ଓ ଭିଡିଓ। ସାମାଜିକ ଗଣମାଧ୍ୟମରେ ଏହାକୁ ଶେୟାର କରାଯାଇଛି। ଏଥିରେ ନବ ଦମ୍ପତି ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି।

ପରିଣୀତି-ରାଘବଙ୍କ ବିବାହ ସମାରୋହରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଯୋଗ ଦେଇଥିଲେ। ସିନେ ତାରକା, କ୍ରିକେଟର ଓ ରାଜନୀତି ଜଗତର ଅନେକ ବିିଶିଷ୍ଟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ମଧ୍ୟ ଏହି ଭବ୍ୟ ସମାରୋହରେ ସାମିଲ ହୋଇଥିଲେ।

ପରିଣୀତି ଏବଂ ରାଘବ ପ୍ରଥମେ ବନ୍ଧୁ ଥିଲେ। ପରେ ୨୦୨୨ରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା। ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରିଣୀତି ଏବଂ ରାଘବଙ୍କର ୧୩ ମେ, ୨୦୨୩ ରେ ଦିଲ୍ଲୀର କପୁରଥାଲା ହାଉସରେ ନିର୍ବନ୍ଧ ହୋଇଥିଲା। ଏହାପରେ ବିବାହ ପାଇଁ ରାଜସ୍ଥାନକୁ ଚୟନ କରାଯାଇଥିଲା।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories