www.samajalive.in
Monday, December 15, 2025
26.1 C
Bhubaneswar

୨୯ରେ ଘୂର୍ଣ୍ଣିବଳୟ; ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ସେପ୍ଟେମ୍ବରରେ ରାଜ୍ୟରେ ଭଲ ବର୍ଷା ହୋଇଥିବାବେଳେ ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଭଲ ବର୍ଷାର ସମ୍ଭାବନା ରହିଛି। ସେପ୍ଟେମ୍ବର ଶେଷ ଆଡ଼କୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଓ ଲଘୁଚାପ ସମ୍ଭାବନା ଥିବାରୁ ଅକ୍ଟୋବର ପ୍ରଥମ ସପ୍ତାହରେ ଭଲ ବର୍ଷାର ସମ୍ଭାବନା ରହିଛି। ଏଣେ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ୱର ୨୯ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନିଭୂତ ହେବାର ପାଗ ଅନୁକୂଳ ରହିଛି।

ପାଣିପାଗ କେନ୍ଦ୍ର ସୂଚନାନୁସାରେ ଆସନ୍ତା ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ୱଲପୁର, କଟକ ଏବଂ ଢେଙ୍କାନାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେ.ମି.) ହେବାର ସମ୍ଭାବନା ରହିଛି। ଏନେଇ ହଳଦିଆ ସତର୍କତା ଜାରି କରାଯାଇଛି। ୨୫ରୁ ୨୬ ପର୍ଯ୍ୟନ୍ତ ୧୭ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ହଳଦିଆ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଚଳିତ ମୌସୁମୀ ଋତୁରେ ୧ ଜୁନରୁ ଆଜି ସୁଦ୍ଧା ରାଜ୍ୟରେ ୧୦୮୧ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୩% କମ୍‌। ଆଜି ସୁଦ୍ଧା ଅନୁଭୂତ ବର୍ଷା, ସମ୍ପୂର୍ଣ୍ଣ ମୌସୁମୀ ଋତୁର ସ୍ୱାଭାବିକ ବର୍ଷାର (୧୧୫୦.୨ ମି.ମି.) ପାଖାପାଖି ୯୪% ପୂରଣ କରିସାରିଛି। ଚଳିତ ସେପ୍ଟେମ୍ବର ମାସର ପ୍ରଥମ ୨୩ ଦିନରେ ରାଜ୍ୟରେ ୨୯୭.୭ ମି.ମି. ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୦୦.୧ ମିମି ତୁଳନାରେ ୪୯% ଅଧିକ। ସେହିପରି ୨୫ ସେପ୍ଟେମ୍ବରରୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories