www.samajalive.in
Monday, December 15, 2025
26.1 C
Bhubaneswar

ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଓ ଆର୍ଡେଣ୍ଟ ଷ୍ଟିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

କେନ୍ଦୁଝରଗଡ଼: ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ କେନ୍ଦୁଝରର ଛାତ୍ରଛାତ୍ରୀ ବାଂଶପାଳ ବ୍ଲକ ଫୁଲଝରସ୍ଥିତ ଆର୍ଡେଣ୍ଟ ଷ୍ଟିଲ ଲିଃ. କାରଖାନାରେ ଧନ୍ଦାମୂଳକ ତାଲିମ ଓ ଗ୍ରୀଷ୍ମାବକାଶ ତାଲିମ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଇଂ ତ୍ରିଲୋଚନ ସାହୁ ଓ କାରଖାନାର ନିର୍ଦ୍ଦେଶକ ଡ.ଶୁଭାଶିଷ ଦାସଙ୍କ ମଧ୍ୟରେ ମହାବିଦ୍ୟାଳୟ ପରିସରରେ ଚଳିତ ମାସ ୨୧ ତାରିଖରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ବଳରେ ଛାତ୍ରଛାତ୍ରୀ ବିଭିନ୍ନ ଗବେଷଣାର ସୁଯୋଗ ପାଇବା ସହ ଦୀର୍ଘମିଆଦୀ ଅନୁଷ୍ଠାନ ଓ ଶିଳ୍ପ ସମ୍ପର୍କ ବୃଦ୍ଧି ପାଇପାରିବ ବୋଲି ଅଧ୍ୟକ୍ଷ ଇଂ ଶ୍ରୀ ସାହୁ ଆଶାବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀ ସେମାନଙ୍କର ବୃତ୍ତିଗତ ଜ୍ଞାନକୁ ଦୁଇ ଅନୁଷ୍ଠାନ ମଧ୍ୟରେ ଆଦାନପ୍ରଦାନ କରି ନିଜର ମେଧାଶକ୍ତି ତଥା ଗବେଷଣାତ୍ମକ ପିସୀମାକୁ ଅଭିବୃଦ୍ଧି କରିବାରେ ସକ୍ଷମ ହୋଇପାରିବେ ବୋଲି ମଧ୍ୟ ଇଂ ଶ୍ରୀ ସାହୁ କହିଛନ୍ତି। ଏହି ଚୁକ୍ତି ମାଧ୍ୟମରେ ଆର୍ଡେଣ୍ଟ ଷ୍ଟିଲ କାରଖାନାର କର୍ମଚାରୀମାନେ ମଧ୍ୟ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ ବିଭିନ୍ନ ପ୍ରକାର ସ୍ୱଳ୍ପ ଅବଧି ପ୍ରଶିକ୍ଷଣର ସୁଯୋଗ ପାଇବା ସହ ମହାବିଦ୍ୟାଳୟର ବିଭିନ୍ନ ଗବେଷଣାକେନ୍ଦ୍ରର ତତ୍ତ୍ୱାବଧାନରେ ନିଜର କର୍ମମୟ ଜୀବନର ବିକାଶରେ ଭାଗିଦାର ହୋଇପାରିବା ସହ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ପ୍ରତିପାଦିତ କରିବାରେ ସକ୍ଷମ ହୋଇପାରିବେ ବୋଲି କାରଖାନାର ନିର୍ଦ୍ଦେଶକ ଡ.ଦାସ ଆଶାବ୍ୟକ୍ତ କରିଛନ୍ତି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ସମୟରେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ଓ ଓୟୁଟିଆରର କୁଳପତି ପ୍ରଫେସର ଡ.ବିଭୁତିଭୂଷଣ ବିଶ୍ୱାଳଙ୍କ ସମେତ ମହାବିଦ୍ୟାଳୟର ପ୍ରଫେସର ଏସ୍‌‌.ଏସ୍‌‌.ଦାଶ, ଡ.ଏସ୍‌‌.କେ.ମହାପାତ୍ର, ବିଭାଗୀୟ ମୁଖ୍ୟ ଆର.ଆର.ଶୁକ୍ଳା, ଡ.ଏସ୍‌‌.ଆର.ମଲ୍ଲିକ, ଅଧ୍ୟାପକ ସିତାଂଶୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories