ଜିମସାରରେ ନବାନ୍ନ ଉତ୍ସବ ଅନୁଷ୍ଠିତ

ଗୁରୁଡ଼ିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମସାର)ର ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଛି। ନୂଆଧାନରେ ପ୍ରସ୍ତୁତ ଚୁଡାରେ ବିଭିନ୍ନ ବ୍ୟଞ୍ଜନ ପକାଇ ପ୍ରସାଦ ପ୍ରସ୍ତୁତ ପରେ ଆଧ୍ୟାତ୍ମିକ ପରିସରରେ ଅଧିଷ୍ଠିତ ଦିଅଁ ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ହନୁମାନଜୀ ଓ ମା ନୀଳସରସ୍ୱତୀ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଲକ୍ଷ୍ମୀନାରାୟଣ ଓ ରାମଲକ୍ଷ୍ମଣସୀତାଙ୍କୁ ଅର୍ପଣ କରାଯାଇଥିଲା। ଉପସ୍ଥିତ ବିଶିଷ୍ଟ ଅତିଥି ଓ ବିଭିନ୍ନ ଗାଁର ମୁରବୀମାନେ ନବାନ୍ନ ଭକ୍ଷଣ କରିଥିଲେ। ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଗୋପବନ୍ଧୁ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ, ପ୍ରତିଷ୍ଠାନର ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର, ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନା ଶଙ୍କର ଖୁଣ୍ଟିଆ, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନ, ବରିଷ୍ଠ ନାଗରିକ ମଞ୍ଚ ନବେଢ଼ା, ଆଠଗଡ଼ର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ, ସଂପାଦକ ଶରତ କୁମାର ଖୁଣ୍ଟିଆ, ଶ୍ରୀରାମ ବରିଷ୍ଠ ନାଗରିକ ସଂଘ, ନଦୀକୂଳ କଖଡିର ସଭାପତି ଭାଗିରଥି ସାହୁ, ଶିକ୍ଷାବିତ୍‌‌ ରାଜକିଶୋର ଖଟୁଆ, ସମାଜସେବୀ ପ୍ରମୋଦ ଧଳ, ବରିଷ୍ଠ ସାମ୍ବାଦିକ ସନାତନ ରାୟ, ସୁଧିରଞ୍ଜନ ଦାଶ, ନିଳକଂଠ ଦୋରା, ପତିତପାବନ ରାଉତ, ଯଶୋବନ୍ତ ବାରିକ, ଦିନେଶ ଦାସ, ବ୍ରହ୍ମାନନ୍ଦ ଲେଙ୍କା, ବିଭୂତି ଭୂଷଣ ଖଟୁଆ, ମିନତୀ ପ୍ରତିହାରୀ , ବିରୁପାକ୍ଷ ପ୍ରଧାନ, ଆଠଗଡ଼ ବିକାଶ ପରିଷଦ ସଭାପତି ରାମନାରାୟଣ ମହାନ୍ତି, ବ୍ରଜେନ୍ଦ୍ର ରାୟ, ଶ୍ରୀକର ଜେନା, ସନ୍ତୋଷ ବେହେରା, ଜେକେଲକ୍ଷ୍ମୀ ସିମେଣ୍ଟ କାରଖାନା ମୁଖ୍ୟ ଗିରୀଶ ତିୱାରୀ, ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ଶୁସିଲ କୁମାର ରାଉତ, ଶ୍ରୀ ସିମେଣ୍ଟର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ ଭୋଇ, ସମାଜର ବିତ୍ତ ପରିଚାଳକ ପ୍ରଭାତ କୁମାର ଦାଶ, ଶିକ୍ଷାବିତ୍‌‌ ବିମ୍ବାଧର ନାୟକ, ତୁଷାର କୁମାର ବେଉରା, ଡାକ୍ତର ଲୋକବନ୍ଧୁ ଦାସ, ଡାକ୍ତର ବିକ୍ରମ ଷଡଙ୍ଗୀ ପ୍ରମୁଖ ଙ୍କ ସହିତ ବିଭିନ୍ନ ଗାଁର ବିଶିଷ୍ଟବ୍ୟକ୍ତି , ନର୍ସିଂ କଲେଜର ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ। ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ପ୍ରତିଷ୍ଠାନ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଉପସ୍ଥିତିରେ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

kalyan agarbati

Comments are closed.