www.samajalive.in
Monday, December 15, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଗବେଷକ ସମ୍ମିଳନୀ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନୂତନ ସମ୍ମିଳନୀ କକ୍ଷରେ ଆଜି ଦ୍ୱିତୀୟ ବାର୍ଷିକ ଗବେଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ମିଳନୀର ଆବାହକ ତଥା ସହ ଆବାହକ ଡ଼. ସାରଦା ପ୍ରସାଦ ସାହୁ,ଡ଼. ସନ୍ଦୀପ କୁମାର ଦାଶ,ଡ଼. ଇତିଶ୍ରୀ ଗୀତା କୁମାରୀ, ଡ଼. ବିକାଶ କୁମାର ଦାଶଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। ପ୍ରଥମ ଅଧିବେଶନରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ।ବିଶ୍ଵବିଦ୍ୟାଳୟର ୨୪ ବିଭାଗରେ ଗବେଷଣାରତ ୧୨୦ରୁ ଅଧିକ ଗବେଷକ, ଗବେଷିକା ମାନେ ନିଜ ନିଜ ଗବେଷଣା ଜନିତ ପୋଷ୍ଟର ପରିବେଷଣ କରିଥିଲେ। ଏହି ପୋଷ୍ଟର ପରିବେଷଣରେ ବିଶ୍ଵବିଦ୍ୟାଳୟର ୨୪ ବିଭାଗର ଛାତ୍ରଛାତ୍ରୀଙ୍କୁ ୮ଟି ଭାଗରେ ବିଭକ୍ତ କରାଯାଇଥିଲା। ଏଥିରେ ଜୀବ ବିଜ୍ଞାନ, ଭୌତିକ ବିଜ୍ଞାନ, ଗାଣିତିକ ବିଜ୍ଞାନ, ଭାଷା ଓ ସାହିତ୍ୟିକ ଅଧ୍ୟୟନ, ବାଣିଜ୍ୟ ଓ ବ୍ୟବସାୟ, ଆଇନ, ସାମାଜିକ ବିଜ୍ଞାନ, ଗୃହ ବିଜ୍ଞାନ ଆଦିକୁ ସାମିଲ କରାଯାଇଥିଲା। ଭୁବନେଶ୍ୱର ନାଇଜର, କିଟ ବିଶ୍ଵବିଦ୍ୟାଳୟ, ଆଇଜର ବ୍ରହ୍ମପୁର, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ପ୍ରଫେସର ମାନେ ମୂଲ୍ୟାଙ୍କନରେ ସାମିଲ ହୋଇଥିଲେ। ଦ୍ୱିତୀୟ ଅଧିବେଶନରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ସମସ୍ତଙ୍କୁ ଉତ୍ସlହିତ କରିଥିଲେ। ପରେ ୮ ଟି ଭାଗରେ କୃତିତ୍ୱ ଅର୍ଜନ କରିଥିବା ବବେଷକ ଗବେଷିକା ମାନଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories