www.samajalive.in
Thursday, December 11, 2025
16.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ପାଠଚକ୍ର ଉଦଘାଟିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ହଲ ଠାରେ ଆଜି ଇଲୋକ୍ଟ୍ରୋନିକ ସାଇନ୍ସର ଦୁଇ ଦିନିଆ ଜାତୀୟ ପାଠଚକ୍ର ଉଦଘାଟିତ ହୋଇଯାଇଛି। ଏଥିରେ ଶୀର୍ଷକ ଇଲୋକ୍ଟ୍ରୋନିକ ଡ଼ିଭାଇଜ, ସର୍କିଟ ଓ ସିଷ୍ଟମ ଉପରେ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସି. କେ ସରକାର, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଆବାହକ ଧ୍ରୁବ ଚରଣ ପଣ୍ଡା, ଉପ ଆବାହକ ପ୍ରଫେସର ଅମଳେନ୍ଦୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ ଦେଇଥିଲେ। ମୁଖ୍ୟ ଅତିଥି ପ୍ରଫେସର ଗାଙ୍ଗୁଲି ଇଲୋକ୍ଟ୍ରୋନିକ ଡ଼ିଭାଇଜ, ସର୍କିଟ ଓ ସିଷ୍ଟମ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକ ଶହରୁ ଅଧିକ ଗବେଷକ, ଗବେଷିକା ଓ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଭାଗର ଅଧ୍ୟାପକ ଡ଼.ନାରାୟଣ ସାହୁ ଏବଂ ଦୀପକ ନାୟକ ପରିଚାଳନା କରିଥିବା ବେଳେ ବିଭାଗର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories