ଆବଶ୍ୟକ ସାମଗ୍ରୀ
କ୍ଷୀର – ୧କପ
ପାଣି -ଅଳ୍ପ
ଜୁଆଣୀ – ସାମାନ୍ୟ
ଗୁଜୁରାତି – ୧ଟି
ଗୁଡ- ଆବଶ୍ୟକ ପରିମାଣରେ
ଚା’ପତି- ଆବଶ୍ୟକ ପରିମାଣରେ
ତୁଳସୀ ପତ୍ର – ୨ଟି
ଅଦା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହୋଇଗଲେ ଏଥିରେ ଛୋଟ ଛୋଟ ଗୁଡ ଖଣ୍ଡ ପକାନ୍ତୁ। ଏହାପରେ ଅଦା, ଗୁଜୁରାତି, ତୁଳସୀପତ୍ର, ଜୁଆଣି, ଚା’ପତି ପକାଇ ଫୁଟାନ୍ତୁ। ଅନ୍ୟ ଏକ ପାତ୍ରରେ ଖିର ଫୁଟାନ୍ତୁ। ଏବେ ଏହି ଗୁଡ଼ ମିଶ୍ରଣ ଭଲ ଭାବେ ଫୁଟିଗଲେ ଏହାକୁ ଛାଣି ଦିଅନ୍ତୁ। ଛାଣିବା ପରେ ଏଥିରେ ଫୁଟା ଖିର ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଗୁଡ ଚା’।



