www.samajalive.in
Sunday, December 14, 2025
18.1 C
Bhubaneswar

ମଧ୍ୟାହ୍ନ ଭୋଜନ ବନ୍ଦ, ଭୋକରେ ଫେରିଲେ ଛାତ୍ରଛାତ୍ରୀ

ଧାମରା: ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଜି ମଧ୍ୟାହ୍ନ ଭୋଜନ ନପାଇ ଭୋକ ଉପାସରେ ବିଦ୍ୟାଳୟରୁ ଫେରିଛନ୍ତି। କେଉଁ ପରିସ୍ଥିତିରେ ମଧ୍ୟାହ୍ନ ଭୋଜନର ସମସ୍ତ ସାମଗ୍ରୀ ଥିବା ସତ୍ୱେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାଚକ ପାଚିକା ମାନଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇରୁ ବିରତ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡ଼ିଛି। ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ନିକଟସ୍ଥ ମାଣିପୁର ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ। ଆଜି ବିଦ୍ୟାଳୟରେ ୨୮ଜଣ ଛାତ୍ରଛାତ୍ରୀ, ୩ଜଣ ଶିକ୍ଷୟତ୍ରୀ ଏବଂ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିବା ବେଳେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଦ୍ୱିପ୍ରହରେ ମଧ୍ୟାହ୍ନ ଭୋଜନ ମିଳି ନ ଥିଲା। ଏହାର କାରଣ ବୁଝିବାକୁ ଯାଇ ଜଣାପଡିଛି, ସଂପୃକ୍ତ ପ୍ରଧାନ ଶିକ୍ଷକ ବ୍ଲକ ଶିକ୍ଷାଧିକାରୀଙ୍କୁ ଭୁଲ ତଥ୍ୟ ଦେଇ ଏହି ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ କରିଛନ୍ତି। କେତେବେଳେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ନଳକୂପରୁ ପାଣି ବାହାରୁ ନାହିଁ ବୋଲି ବାହାନା ଦେଖାଉଛନ୍ତି ତ ଆଉ କେତେବେଳେ ପାଚକ ପାଚିକା ଅନୁପସ୍ଥିତ ବୋଲି ଦର୍ଶାଉଛନ୍ତି। ମାତ୍ର ଏହି ସମସ୍ତ ତଥ୍ୟ ଭୁଲ ବୋଲି ସଂପୃକ୍ତ ଛାତ୍ରଛାତ୍ରୀଙ୍କ ପିତାମାତା ମାନେ ଅଭିଯୋଗ ଆଣିଛନ୍ତି। ଆଜି ମଧ୍ୟ ଅନୁରୂପ ଭାବେ ନଳକୂପ ଖରାପ ବୋଲି ଦର୍ଶାଇ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ କରି ଦେଇଥିଲେ ଫଳରେ ଆଜି ବିଦ୍ୟାଳୟରେ ଉପସ୍ଥିତ ଥିବା ୨୮ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ସମୟରେ ବିଦ୍ୟାଳୟରେ କୌଣସି ଖାଦ୍ୟ ନ ପାଇ ନିଜ ଘରକୁ ଫେରିଯାଇଥିଲେ। ଏହି ବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଏ ବାବଦରେ ଅଭିଯୋଗ ଆସିଛି ତୁରନ୍ତ ସଂପୃକ୍ତ ପ୍ରଧାନ ଶିକ୍ଷକ ସୌମ୍ୟ ମହାନ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। ଏଥିସହ ସଂପୃକ୍ତ ସିଆରସିସି ଲମ୍ବୋଦର ସାହୁ ମଧ୍ୟ ଅଭିଯୋଗ ପାଇବା ପରେ ତଦନ୍ତ କରି ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ଥିବାରୁ ଆଜି ୨୮ଜଣ ଛାତ୍ରଛାତ୍ରୀ ଭୋକ ଉପାସରେ ଫେରିଛନ୍ତି ବୋଲି ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତେଣୁ ଜିଲ୍ଲା ଶିକ୍ଷାଧିକାରୀ ଯାହା ପଦକ୍ଷେପ ନେବେ ତାହା ଆମ୍ଭେ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସଂପୃକ୍ତ ସିଆରସିସି ମତ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ତଳେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସଂପୃକ୍ତ ସିଆରସିସି ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ପୋଷାକ ବଂଟନକୁ ନେଇ ବିଚ ରାସ୍ତାରେ ମାଡ ମରାମରି ହେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବ୍ଲକ ଶିକ୍ଷାଧିକାରୀ କିମ୍ବା ଜିଲ୍ଲା ଶିକ୍ଷାଧିକାରୀ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନଥିଲେ। ପୁନଶ୍ଚ ଆଜି ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଂଚଳବାସୀ ସଂପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ଦାବୀ ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories