ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ଭାଲିଆଗଡ ଗଡ଼ କାଳୁଆ ସ୍ଥିତ ପାନ୍ଥନିବାସ ପରିସରରେ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ଏବଂ ସ୍ଵେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରକୁ ବ୍ଲକ ବିଡ଼ିଓ ବିଶ୍ବଜିତ ରାୟ, କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ନିଜେ ଆଇଆଇସି ଶ୍ରୀ ମହନ୍ତ ଉତ୍ସାହର ସହିତ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ। ଏହି ଶିବିରରେ ମୋଟ ୧୨୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।
Popular Categories



