www.samajalive.in
Saturday, December 13, 2025
26.1 C
Bhubaneswar

ବିଜେପି ପକ୍ଷରୁ ସେବା ସମର୍ପଣ ଅଭିଯାନ

ପିପିଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମଦିବସ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ସେବା ସମର୍ପଣ ଅଭିଯାନ ଅବସରରେ ମଙ୍ଗଳପୁର ସ୍ଥିତ ହୋଟେଲ ରାଞ୍ଚ ପରିସରରେ ଶୁକ୍ରବାର ଦିନ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପିପିଲି-ଡେଲାଙ୍ଗ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ବିଜେପି ଜିଲା ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ୫୧ତମ ଜନ୍ମ ଦିବସକୁ ସେଠାରେ କେକ୍‌‌ କଟାଯାଇ ପାଳନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ବରିଷ୍ଠ ବିଜେପି ନେତା ବାବୁ ସିଂହ ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ରକ୍ତଦାନର ଉପକାରିତା ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଏହି ରକ୍ତଦାନ ଶିବିରରେ ମୋଟ୍‌‌ ୧୦୩ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇଥିଲା। ନିଜ ଜନ୍ମଦିନ ପାଳନ ଅବସରରେ ବିଜେପି ଜିଲା ସଭାପତି ଶ୍ରୀପଟ୍ଟନାୟକ ଶୁକ୍ରବାର ସକାଳେ ଦାଣ୍ଡମୁକୁନ୍ଦପୁର ସ୍ଥିତ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବା ପରେ କୁଳଶିଖରପାଟଣା ସ୍ଥିତ ମା’ ଉତ୍ତରେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ଚାରାରୋପଣ କରିଥିଲେ। ପରେ ପଟ୍ଟନାୟକିଆ ସ୍ଥିତ ଗୋଶାଳାରେ ଗୋସେବା କରିବା ପରେ ମଧ୍ୟାହ୍ନରେ ପିପିଲି ସ୍ଥିତ ବୃଦ୍ଧାଶ୍ରମରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories