www.samajalive.in
Saturday, December 13, 2025
27.1 C
Bhubaneswar

ସନାତନ ଧର୍ମ ସମ୍ପର୍କରେ ବୟାନ ମାମଲା- ଉଦୟନିଧି ଷ୍ଟାଲିନ୍‌ ଏବଂ ଏ ରାଜାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ – ସନାତନ ଧର୍ମ ବିଷୟରେ ବିବାଦୀୟ ଟିପ୍ପଣୀ ମାମଲାରେ ତାମିଲନାଡୁର ମନ୍ତ୍ରୀ ଉଦୟନିଧି ମାରାନ୍‌ ଏବଂ ଏ ରାଜାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଅଦାଲତ ଉଦୟନିଧି ମାରନଙ୍କୁ ଏପରି ବୟାନ କାହିଁକି ଦେଇଛ ବୋଲି ପ୍ରଶ୍ନ କରିଛନ୍ତି । ଏପରି ବୟାନ ଦେବାର କଅଣ ଆବଶ୍ୟକତା ଥିଲା ବୋଲି ପଚାରିଛନ୍ତି । ସୁପ୍ରିମକୋର୍ଟରେ ମାଡ୍ରାସ ହାଇକୋର୍ଟର ଜଣେ ଆଇନଜୀବୀଙ୍କ ପକ୍ଷରୁ ଦାୟର ମାମଲାରେ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି ।

ତାମିଲନାଡୁର ଶାସକଦଳ ଡିଏମ୍‌କେକୁ ମଧ୍ୟ ଜବାବ ତଲବ କରାଯାଇଛି । ଜଷ୍ଟିସ ଅନିରୁଦ୍ଧ ବୋସ ଏବଂ ଏମ୍‌ ତ୍ରିବେଦୀଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନୋଟିସ୍‌ ଜାରି କରିଛନ୍ତି ।

- Advertisement -

ମାମଲା ଦାୟର କରିଥିବା ଆଇନଜୀବୀଙ୍କୁ ପ୍ରଥମେ କାହିଁକି ହାଇକୋର୍ଟ ଯାଇନାହଁ ବୋଲି ଏହି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଏହି ମାମଲାରେ ଏଫ୍ଆଇଆର୍‌ ଦାୟର ହେବା ଦରକାର ବୋଲି କହିଥିଲେ ।

ଉଦୟନିଧି ଷ୍ଟାଲିନ୍‌ ଚେନ୍ନାଇରେ ଆୟୋଜିତ ଏକ ସମ୍ମିଳନୀରେ ସନାତନ ଧର୍ମ ବିରୋଧରେ ଅତି ଖରାପ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତାଙ୍କର ଏହି ମନ୍ତବ୍ୟକୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ ରାଜା ସମର୍ଥନ ଦେଇଥିଲେ ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories