www.samajalive.in
Tuesday, December 9, 2025
23.1 C
Bhubaneswar

ସ୍ୱାସ୍ଥ୍ୟ ଉପରେ ବାସ୍ତୁର ପ୍ରଭାବ ଓ ନିରାକରଣ

ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କର ପ୍ରକୃତ ସମ୍ପତ୍ତି ଅଟେ। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ରହିଲେ ଜୀବନରେ ଅଶାନ୍ତି ଭରିଯାଏ। ଏପରି ଦେଖାଯାଏ ଯେ, ଘରର ସଦସ୍ୟ ଦେହ ବାରମ୍ବାର ଖରାପ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ବାସ୍ତୁଜନିତ କାରଣରୁ ଏପରି ହୋଇଥାଏ। କିଛି ସହଜ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଜାଣନ୍ତୁ ତାହା କ’ଣ….
ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ଯଦି ଗର୍ତ୍ତ ଥାଏ, ତେବେ ପରିବାର ସଦସ୍ୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ତେଣୁ ସେହି ଗର୍ତ୍ତକୁ ତୁରନ୍ତ ପୋତି ଦେବା ଆବଶ୍ୟକ ଅଟେ।
ମୁଖ୍ୟ ଦ୍ୱାର ସମ୍ମୁଖରେ ଅଳିଆ ଆବର୍ଜନା ଜମା ହେବା ଅନୁଚିତ। ଏହାଦ୍ୱାରା ସଦସ୍ୟଙ୍କ ମନ ସର୍ବଦା ଅଶାନ୍ତ ରହିଥାଏ।
ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ବଡ଼ ଧରଣର ବୃକ୍ଷ ଥିଲେ, ସ୍ୱସ୍ତିକ ଚିହ୍ନ କରିବା ଆବଶ୍ୟକ। ଏହାଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିନଥାଏ।
ଶୋଇବା କକ୍ଷରେ କୌଣସି ଭଗବାନଙ୍କ ଫଟୋ ରଖନ୍ତୁ ନାହିଁ।
ମାସକୁ ଥରେ ଗରିବଙ୍କୁ କିଛି ଦାନ କରନ୍ତୁ।
ପ୍ରତ୍ୟେକ ପୂର୍ଣ୍ଣିମାରେ ଭଗବାନ ଶିବଙ୍କ ନିକଟରେ ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବା ଉଚିତ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories