www.samajalive.in
Monday, December 15, 2025
16.1 C
Bhubaneswar

ଉଚ୍ଚ ରକ୍ତଚାପ ରୋଗୀ ଆପଣାନ୍ତୁ ଏହି ଉପାୟ

ଉଚ୍ଚ ରକ୍ତଚାପ ରୋଗୀମାନେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ରକ୍ତ ଚାପ ନିୟନ୍ତ୍ରଣରେ ନ ରହିବା ଦ୍ୱାରା ହୃଦୟ ଜନିତ ରୋଗ ଓ ଯକୃତ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଜାଣନ୍ତୁ..
ଉଚ୍ଚ ରକ୍ତ ଚାପ ରୋଗୀ ପାଉଁରୁଟିର ସେବନ କରିବା ଉଚିତ ନୁହେଁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ରକ୍ତଚାପକୁ ବୃଦ୍ଧି କରିଥାଏ। ତେଣୁ ମାସକୁ ଥରେ ୨ଟି ପାଉଁରୁଟି ଖାଇପାରିବେ।
ଚିକେନକୁ ପ୍ରସ୍ତୁତ କରିବା ପୂର୍ବରୁ ଏଥିରେ ଲୁଣ ଓ ଅନ୍ୟ ମସଲାକୁ ଘୋଳାଇ କିଛି ସମୟ ରଖାଯାଇଥାଏ। ଏଭଳି ଅନ୍ୟ କେତେକ ଖାଦ୍ୟକୁ ମଧ୍ୟ ରଖାଯାଏ। ଏଭଳି ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ।
କାଫିନ୍‍ ରକ୍ତଚାପକୁ ହଠାତ ବୃଦ୍ଧି କରିଥାଏ। ଚା’ ଓ କଫିରେ କାଫିନ୍‍ ଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ। କିମ୍ବା ଆଦୌ ସେବନ ନକରିବା ଭଲ। ଖୁବ କମ ମାତ୍ରାରେ ଦିନକୁ ଥରେ ପିଅନ୍ତୁ।
ଆଚାରରେ ଲୁଣ ଅଧିକ ଥାଏ। ତେଲ ଓ ଲୁଣ ଅଧିକ ଦିନ ଯାଏଁ ବତୁରି ରଖିବା ଦ୍ୱାରା ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ।
ବଟରର ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିଥାଏ। ଯାହା ରକ୍ତ ଚାପକୁ ବୃଦ୍ଧି କରିଥାଏ।
ନିଶାଦ୍ରବ୍ୟର ଆଦୌ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ରକ୍ତଚାପ ବଢିଥାଏ।
କାକୁଡିର ଜୁସରେ ବିିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ସ ରହିଛି। ଏହା ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ସହାୟକ ହୋଇଥାଏ।
ଏଥିରେ ମ୍ୟାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏହା ମାନସିକ ଅଶାନ୍ତି ଦୂର କରିବା ସହ ଉତ୍ତମ ନିଦରେ ସହାୟକ ହୋଇଥାଏ।
ଉଚ୍ଚ ରକ୍ତଚାପ ରୋଗୀ ପୋଟାସିୟମ ଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏଥିରେ ପ୍ରାୟ ୪୪୨ ମିଲିଗ୍ରାମ ପୋଟାସିୟମ ରହିଥାଏ। ତେଣୁ ନିୟମିତ ଏହାକୁ ସେବନ କରନ୍ତୁ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories