www.samajalive.in
Saturday, December 6, 2025
14.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ନୀଳଗିରି: ଘରର ରୋଜଗାରିଆ ପୁଅ ପ୍ରାଣ ହରାଇଛି । ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ଖବରପାଇ ଶୋକାକୁଳ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ ଓ ପରିବାର ଲୋକେ । ନୀଳଗିରି ଏନଏସି ୮ନଂ ୱାର୍ଡ଼ ଅଧୀନ ଚିମିନିଭାଟି ଅଞ୍ଚଳର ବସନ୍ତ ଦାସଙ୍କ ପୁଅ ଟିଟୁ ଓରଫ ସ୍ନେହାଶିଷ ଏବଂ ବଡ଼ପୁଅ ଦେବାଶିଷ କୋରାପୁଟର କୁନ୍ଦୁରା ଅଞ୍ଚଳରେ ଏକ ଗ୍ୟାସ ଏଜେନ୍ସରେ କାମ କରୁଥିଲେ । ଗତ ମଙ୍ଗଳବାର ନୀଳଗିରି ଥାନା ଗର୍ଜନ ଅଞ୍ଚଳର ନଟିଆ ନାମକ ଯୁବକଙ୍କୁ ବସରେ ଉଠାଇ ଟିଟୁ କିଛିବାଟ ଆଗକୁ ଯାଇ ରାସ୍ତାକଡ଼ରେ ମୋବାଇଲରେ କଥା ହେଉଥିଲେ । ପଛପଟୁ ଏକ ଅଜଣା ଗାଡ଼ି ତାଙ୍କୁ ସେଠାରେ ଧକ୍କା ଦେବାରୁ ଦୁର୍ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଖବରପାଇ ବଡ଼ଭାଇ ଦେବାଶିଷ ସେଠାରେ ପହଞ୍ଚିଥିଲେ ହେଁ ସାନଭାଇର ମୃତ୍ୟୁ ଦେଖି ମର୍ମାହତ ହୋଇ ପଡ଼ିଥିଲେ । କୋରାପୁଟରୁ ମରଶରୀର ନୀଳଗିରି ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସମ୍ପୃକ୍ତ ଯୁବକ ଘରର ଜଣେ ରୋଜଗାରିଆ ପୁଅ ଥିଲେ । ତାଙ୍କର ହସ ହସ ଚେହେରା ଓ ମେଳାପି ପ୍ରକୃତି ଯୋଗୁ ମରଶରୀର ନିକଟରେ ଭିଡ଼ ଲାଗିଥିଲା । ସମସ୍ତଙ୍କ ଆଖିରେ ଅଶ୍ରୁ ଭରି ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories