www.samajalive.in
Saturday, December 13, 2025
23.1 C
Bhubaneswar

ପୁରୁଣାକଟକ ବଜାର ଉପକଣ୍ଠ ସାଜିଛି ଆବର୍ଜ୍ଜନା କୁଣ୍ଡ

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ଵର ଜାତୀୟ ରାଜପଥ  ଉପରେ ଥିବା ପୁରୁଣାକଟକ  ପଞ୍ଚାୟତ ଅଫିସ ପାର୍ଶ୍ୱରେ ରହିଥିବା ଏକ ଖାଲି ଯାଗା ଏବେ ସାଜିଛି ଆବର୍ଜନା କୁଣ୍ଡ । ବର୍ତ୍ତମାନ ଏହି ଜାଗାକୁ ଲାଗିରହିଛି ବନପାଳ, ବନରକ୍ଷୀଙ୍କ ଆବାସିକ କ୍ଵାର୍ଟର,ସାଙ୍ଗକୁ ପଂଚାୟତ କାର୍ଯ୍ୟାଳୟ ଏବଂ ସରସ୍ବତୀ ଶିଶୁ ମନ୍ଦିର ଭଳି ଅନେକ କାର୍ଯ୍ୟାଳୟ। ବଜାର ଉପକଣ୍ଠରେ ଥିବା ସରକାରୀ ଜାଗାଟି ଖାଲି ପଡ଼ିଥିବାରୁ ଵର୍ତ୍ତମାନ ଏହା ଅନାବନା ଗଛରେ ପରିପୂର୍ଣ୍ଣ ହୋଇପଡିଛି। ଏହାର ସୁଯୋଗ ନେଇ ଏଠାରେ ଲୋକେ ଅଳିଆ ଆବର୍ଜନା ପକାଉଛନ୍ତି । ଅଳିଆ ଆବର୍ଜନା  ଜମା ହେବା ସାଙ୍ଗକୁ ବର୍ଷା ଦିନେ ପାଣି ଜମି ବଜାର ଉପକଣ୍ଠରେ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ବର୍ତ୍ତମାନ ମ୍ୟାଲେରିଆ, ଡେଙ୍ଗୁ ଜ୍ୱର ଚାରିଆଡେ ବ୍ୟାପୁଥିବା ବେଳେ ଏଭଳି ଆବର୍ଜନା ଜମି ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ  ସରକାରୀ ଅଫିସ, ମାକେର୍ଟ ଏବଂ ବିଦ୍ୟାଳୟରେ ପ୍ରଚୁର ମାତ୍ରାରେ ମଶା, ମାଛି ପାଦୁର୍ଭାବ ବୃଦ୍ଧି ଘଟୁଛି। ଏଥିପାଇଁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ଅଧିକ୍ ରହିଛି । ଏଣୁ ଏହା ଉପରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଏହି ସରକାରୀ ଜାଗାକୁ ସଫା ରଖିବା ପାଇଁ ସ୍ଥାନୀୟ ବଜାର କମିଟିର ପୂର୍ବତନ ସଭାପତି ମନୋଜ ପାଢ଼ୀ ଦାବି କରିଛନ୍ତି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories