www.samajalive.in
Wednesday, December 10, 2025
14.1 C
Bhubaneswar

ମ.ରାମପୁରରେ ଲଜ୍ୟା; ୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ 

ମ.ରାମପୁର : ମ.ରାମପୁରରେ ଲଜ୍ଜା । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ମାଣିକେରା ପଞ୍ଚାୟତ ଅଧିନସ୍ଥ ତଳନୂଆଗାଁ ଗ୍ରାମର ଉଗ୍ରସେନ ଭୋଇ(୪୮) ନାମକ ଜଣେ ବ୍ୟକ୍ତି ସେହି ଗାଁର  ଜଣେ ୬ ବର୍ଷର ଶିଶୁକନ୍ୟାକୁ ଗତ ୧୮ ତାରିଖ ସନ୍ଧ୍ୟା ସମୟରେ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୮ତାରିଖ ଦିନ ସଂଧ୍ୟା ସମୟରେ ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ଚାଲିଥିବା ବେଳେ କୁନି ଝିଅ  ତା’ର ବାପା ସହିତ ଦେଖିବାକୁ ଯାଇଥିଲା। ବାପା ପ୍ରଥମେ ନିଜ ଘରକୁ ଫେରି ଥିଲେ। ହେଲେ କୁନି ଝିଅଟି ଘରକୁ ଫେରି ନଥିଲା। କିଛି ସମୟପରେ ଝିଅଟି କାନ୍ଦି କାନ୍ଦି ଘରକୁ ଫେରିବା ଦେଖି ମାଆ କଣ ହୋଇଛି ପଚାରିଥିଲେ। ହେଲେ ଝିଅଟି ସେହି ଗାଁ ର ଉଗ୍ରସେନ ତାକୁ କୁଆଡେ ଦୁଷ୍କର୍ମ କରିଥିବା ଜଣାଇଥିଲା। ପରେ ୧୯ତାରିଖ ଦିନ ପରିବାର ଲୋକେ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରି ବୁଧବାର ଉଗ୍ରସେନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଗ୍ରସେନ ନାଁ ରେ ମ.ରାମପୁର ପୁଲିସ କେସ ରୁଜୁ କରି   ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସୁଦର୍ଶନ ନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories