www.samajalive.in
Monday, December 8, 2025
24.1 C
Bhubaneswar

ଜନକଲ୍ୟାଣରୁ ଅଢିଆ ପାଇବା ପରେ କୁଷ୍ଠାଶ୍ରମବାସୀ ଧୁମଧାମରେ ପାଳିଲେ ନୂଆଁଖାଇ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ଏନଏସି ଅନ୍ତର୍ଗତ  ଝାଉଁ ନଦୀଠାରେ ଅସହାୟ କୁଷ୍ଠ ରୋଗୀ ତଥା ନାରାୟଣମାନଙ୍କୁ ନୂଆଁଖାଇ ଉପଲକ୍ଷେ ଅଢିଆ ବଣ୍ଟନ କରାଯାଇଛି। ଏଥିରେ, ପନିପରିବା, ରାସନ ସାମଗ୍ରୀ, ନୂତନ କପଡା ଓ ପୁଜା ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା, ଏହା ବିଗତ ୫ ବର୍ଷ  ଧରି ,ଏହି ଅସହାୟ ଲୋକଙ୍କୁ ତଥା କୁଷ୍ଠ ରୋଗୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅଢିଆ ବଣ୍ଟନ କରାଯାଇ  ଆସୁଅଛି । ଏହି କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ, ପରେଶ କୁମାର ମେହେର, ଶିବାନନ୍ଧ ମଟାରୀ, ଆଜୀବନ ସଦସ୍ୟ ମାନଙ୍କ ମୁଖ୍ୟ ଡଃ ଅଜିତ କୁମାର ବାରିକ, ସମ୍ବଲପୁର ମଣ୍ଡଳ ସଭାପତି ବିରେନ୍ଦ୍ର ପ୍ରତାପ ସାହୁ, ସମାଜସେବୀ ଶ୍ୟାମ ମେହେର, ସମାଜସେବୀ, ସନ୍ତୋଷ କୁମାର ଦାଶ, ସଂଜୀବ ଦାଶ  ଯୋଗଦେଇ ବଣ୍ଟନ କରିଥିଲେ ଏହା  ଟିଙ୍ଗିପାଲି, ଲୁରୁପାଲି ରେ ମଧ୍ୟ ଦୁଇଟି ପରିବାରକୁ  ଅଢିଅ ବଣ୍ଟନ କରାଯ୍ଇଥିଲା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories