www.samajalive.in
Friday, November 14, 2025
25.1 C
Bhubaneswar

ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦ ପକ୍ଷରୁ ନୁଆଁଖାଇ ଭେଟଘାଟ

ସମ୍ବଲପୁର : ପଶ୍ଚିମ ଓଡିଶାର ସର୍ବପୁରାତନ ମଞ୍ଚ ନନ୍ଦପଡା ସ୍ଥିତ ଚିତ୍ରୋତ୍ପଳା ମୁକ୍ତ ମଞ୍ଚ ଠାରେ ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ପକ୍ଷରୁ ଗଣପର୍ବ ନୁଆଁଖାଇ ଅବସରରେ ଭେଟଘାଟ କାର୍ଯ୍ୟକ୍ରମ ବୁଧବାର ଆୟୋଜିତ କରାଯାଇଛି । ସଂଘର ସଭାପତି ଜିତେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭେଟଘାଟ କାର୍ଯ୍ୟକ୍ରମର ସଭାରେ ମୁଖ୍ୟ ଅତିଥି ରୂପେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ଜିଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ କଳା ସଂସ୍କୃତି ପ୍ରତି ଅବଦାନ ଉପରେ ଆଲୋକପାତ କରି ମୁଖ୍ୟ ଅତିଥି ବିଧାୟକ ନାଉରୀ ନାୟକ ଉଚ୍ଚ ପ୍ରଶଂସା କରିଥିଲେ। ଏଥି ସହ ନୁଆଁଖାଇର ମହତ୍ୱ ଉପରେ ନିଜସ୍ୱ ବକ୍ତବ୍ୟ ରଖି ସମସ୍ତଙ୍କୁ ନୁଆଁଖାଇର ଅଭିନନ୍ଦନ ଜଣାଇବା ସହିତ ବିରୋଧି ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବାର୍ତ୍ତା ସମସ୍ତଙ୍କୁ ପ୍ରଦାନ କରିଥିଲେ। ସଂଘର ସମ୍ପାଦକ ପ୍ରଭୁଦତ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଭେଟଘାଟ କାର୍ଯ୍ୟକ୍ରମ ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର ପୁରସ୍କାର ବିତରଣି କାର୍ଯ୍ୟକ୍ରମକୁ ରାମାଶିଷ ତ୍ରିପାଠୀ ପରିଚାଳନା କରିଥିଲେ। ଶେଷରେ ଧନ୍ୟବାଦ ସୁଶ୍ରିତ ମିଶ୍ର ଅର୍ପଣ କରିଥିଲେ।

- Advertisement -

ନୁଆଁଖାଇ କାର୍ଯ୍ୟକ୍ରମ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଚେସ ପ୍ରତିଯୋଗିତାରେ ପ୍ରଜ୍ଞାଶ୍ରୀ ଦେହୁରୀ ପ୍ରଥମ, ସାଇ ରୋନକ ସାହୁ ଦ୍ୱିତୀୟ, ଅଂଶୁଳ କୁମାର ନାୟକ ତୃତୀୟ, ଶ୍ରେୟାଂଶ ନନ୍ଦ ଚତୁର୍ଥ ଓ ପ୍ରଜ୍ୱଳ ସରକାର ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଚିତ୍ରାଙ୍କନର ସବ ଜୁନିୟର ପ୍ରତିଯୋଗିତାରେ ଅଂଶୁପ୍ରଭା ବେହେରା ପ୍ରଥମ, ସୋମେଶ ନାଗ ଦ୍ୱିତୀୟ ଓ ଶୃଜନିକା କର୍ଣ୍ଣ ତୃତୀୟ, ଜୁନିୟର ବର୍ଗରେ ଅବନ୍ତିକା ନାୟକ ପ୍ରଥମ, ଦିବ୍ୟାଂଶି ଗୁରୁ ଦ୍ୱିତୀୟ ଓ ସାସା ପଟ୍ଟନାୟକ ତୃତୀୟ ଏବଂ ସିନିୟର ବର୍ଗରେ ଖୁସି ସାହା ପ୍ରଥମ, ଆଦ୍ୟାଶା ବୈରାଗୀ ଦ୍ୱିତୀୟ ଓ କ୍ରିଶ କାଲା ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି।

ପ୍ରଥମ ଥର ପାଇଁ ଆୟୋଜିତ ସମ୍ବଲପୁରୀ ଗୀତ ପ୍ରତିଯୋଗିତାର ଜୁନିୟର ବର୍ଗରେ ଶ୍ରୀ ସୋମ ପାଢ଼ୀ ପ୍ରଥମ, ଅଦ୍ୱୈତ ମିଶ୍ର ଦ୍ୱିତୀୟ ଓ ମନମୋହନ ବେହେରା ତୃତୀୟ ସ୍ଥାନ ଏବଂ ସିନିୟର ବର୍ଗରେ ସାଶ୍ୱତ ପଣ୍ଡା ପ୍ରଥମ, ଅନନ୍ୟା ସା ଦ୍ୱିତୀୟ ଓ ସାଇ ସଂକଳ୍ପ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥି ସହ ଚଳିତ ବର୍ଷର ନାଗରିକ ସମ୍ମାନ ବିଶିଷ୍ଟ କଳାକାର ତଥା କଣ୍ଠଶିଳ୍ପୀ ବିଭୁତି ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଛି। ସେହିପରି ଯୁବ ପ୍ରତିଭା ସମ୍ମାନ ଉଦୟୀମାନ କ୍ରିକେଟର ତଥା ମାତ୍ର ୧୩ ବର୍ଷ ବୟସରେ ପ୍ରଥମ ମ୍ୟାଚରେ ୨୬୬ ରନ ସଂଗ୍ରହ କରି ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଓ ଏବେ ଓଡିଶା ୟୁ – ୨୩ କ୍ରିକେଟ ଦଳର ସାମ୍ଭାବ୍ୟ ତାଲିକାରେ ରହିଥିବା ଅଭିନବ ନନ୍ଦଙ୍କୁ ସମ୍ମାନୀତ କରାଯାଇଛି। ଶୀତଳଷଷ୍ଠୀ ଯାତ୍ରା ସମୟରେ ଚମତ୍କାର ଫଟୋ ଓ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଧନଞ୍ଜୟ ପାଣିଗ୍ରାହୀ ଓ ସୋନି କ୍ଲିକ୍ସର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଭେଟଘାଟ କାର୍ଯ୍ୟକ୍ରମରେ ରାମାଶିଷ ତ୍ରିପାଠୀଙ୍କ ସଂଯୋଜାନରେ ଆୟୋଜିତ ଭବ୍ୟ ସାଂସ୍କତିକ କାର୍ଯ୍ୟକ୍ରମରେ ବରିଷ୍ଠ କଣ୍ଠଶିଳ୍ପୀ ବିଭୁତି ପଟ୍ଟନାୟକ, ଶ୍ରଦ୍ଧା ମିଶ୍ର, ଅନନ୍ୟା ସା, ସାଶ୍ୱତ ପଣ୍ଡା, ଅଦ୍ୱୈ÷ତ ମିଶ୍ର, ଶ୍ରୀ ସୋମ ପଣ୍ଡା, ମନମୋହନ ବେହେରା ପ୍ରମୁଖ ବିଭିନ୍ନ ଲୋକପ୍ରିୟ ଗୀତ ଗୁଡିକ ପରିବେଷଣ କରିଥିଲେ। କୁନି କୁନି କଳାକାର ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅଶୋକ ବହିଦାରଙ୍କ ଦ୍ୱାରା ରଚିତ ତଥା ଚିତ୍ରସେନ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ଠିକ ଦଶ ବଜୋ’ ମଞ୍ଚସ୍ଥ ହୋଇଥିଲା। ସରକାରୀ କ୍ଷେତ୍ରରେ ରହିଥିବା ତ୍ରୁଟି ଉପରେ ପର୍ଯ୍ୟବେଷିତ ଏହି ନାଟକରେ କ୍ରୃଷ୍ଣ ଚନ୍ଦ୍ର ପତି, ସୋହନ ଚନ୍ଦ୍ରସେନ ମିଶ୍ର, ସୁଶାନ୍ତ ବାବୁ, ଓମ ପଣ୍ଡା, ଚକ୍ର ନାୟକ, ଗୌରବ ଗୁରୁ ଓ ଅଭିଷେକ ମିଶ୍ର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିବାରେ ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତି ସଂସଦର ସମସ୍ତ ସଦସ୍ୟଙ୍କ ସମେତ ମୁରବୀ ଶ୍ରେଣୀୟ ବ୍ୟକ୍ତି ମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସୁଶ୍ରିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories