ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ଵର ଜାତୀୟ ରାଜପଥ ଉପରେ ଥିବା ପୁରୁଣାକଟକ ପଞ୍ଚାୟତ ଅଫିସ ପାର୍ଶ୍ୱରେ ରହିଥିବା ଏକ ଖାଲି ଯାଗା ଏବେ ସାଜିଛି ଆବର୍ଜନା କୁଣ୍ଡ । ବର୍ତ୍ତମାନ ଏହି ଜାଗାକୁ ଲାଗିରହିଛି ବନପାଳ, ବନରକ୍ଷୀଙ୍କ ଆବାସିକ କ୍ଵାର୍ଟର,ସାଙ୍ଗକୁ ପଂଚାୟତ କାର୍ଯ୍ୟାଳୟ ଏବଂ ସରସ୍ବତୀ ଶିଶୁ ମନ୍ଦିର ଭଳି ଅନେକ କାର୍ଯ୍ୟାଳୟ। ବଜାର ଉପକଣ୍ଠରେ ଥିବା ସରକାରୀ ଜାଗାଟି ଖାଲି ପଡ଼ିଥିବାରୁ ଵର୍ତ୍ତମାନ ଏହା ଅନାବନା ଗଛରେ ପରିପୂର୍ଣ୍ଣ ହୋଇପଡିଛି। ଏହାର ସୁଯୋଗ ନେଇ ଏଠାରେ ଲୋକେ ଅଳିଆ ଆବର୍ଜନା ପକାଉଛନ୍ତି । ଅଳିଆ ଆବର୍ଜନା ଜମା ହେବା ସାଙ୍ଗକୁ ବର୍ଷା ଦିନେ ପାଣି ଜମି ବଜାର ଉପକଣ୍ଠରେ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ବର୍ତ୍ତମାନ ମ୍ୟାଲେରିଆ, ଡେଙ୍ଗୁ ଜ୍ୱର ଚାରିଆଡେ ବ୍ୟାପୁଥିବା ବେଳେ ଏଭଳି ଆବର୍ଜନା ଜମି ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ସରକାରୀ ଅଫିସ, ମାକେର୍ଟ ଏବଂ ବିଦ୍ୟାଳୟରେ ପ୍ରଚୁର ମାତ୍ରାରେ ମଶା, ମାଛି ପାଦୁର୍ଭାବ ବୃଦ୍ଧି ଘଟୁଛି। ଏଥିପାଇଁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ଅଧିକ୍ ରହିଛି । ଏଣୁ ଏହା ଉପରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଏହି ସରକାରୀ ଜାଗାକୁ ସଫା ରଖିବା ପାଇଁ ସ୍ଥାନୀୟ ବଜାର କମିଟିର ପୂର୍ବତନ ସଭାପତି ମନୋଜ ପାଢ଼ୀ ଦାବି କରିଛନ୍ତି ।
Popular Categories



