www.samajalive.in
Wednesday, December 10, 2025
16.1 C
Bhubaneswar

୨୦୧୯ରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ ମୋଦୀ ସରକାର!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ଣ୍ଣ ବଜେଟ୍‍ ଉପସ୍ଥାପନ କରିବାକୁ ସ୍ଥିର କରିଥିବା ସୂଚନା ମିଳିଛି। ମେ’ରେ ଲୋକସଭା ନିର୍ବାଚନ ଥିଲେ ମଧ୍ୟ ଫେବୃଆରୀ ୧ରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରାଳୟ ପ୍ରସ୍ତୁତ ହେଉଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନାକୁ ଭିତ୍ତି କରି ଏକ ଇଂରାଜୀ ଗଣମାଧ୍ୟମ ଏହି ଖବର ପ୍ରକାଶ କରିଛି। ପୂର୍ବର ସମସ୍ତ ସରକାର ଲୋକସଭା ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଉପସ୍ଥାପନ କରିଆସିଛନ୍ତି; ତେବେ ଆଗାମୀ ଲୋକସଭା ନିର୍ବାଚନ ଜିତି କ୍ଷମତାକୁ ଫେରିବା ନେଇ ମୋଦୀ ଏବଂ ତାଙ୍କ ଦଳ ବିଜେପିର ସମ୍ପୂର୍ଣ୍ଣ ଆଶା ରହିଛି ବୋଲି ପୂର୍ଣ୍ଣ ବଜେଟ ଉପସ୍ଥାପନ ନିଷ୍ପତ୍ତିରୁ ପ୍ରତୀତ ହେଉଛି। ସମ୍ପୃକ୍ତ ଅଧିକାରୀ କହିଛନ୍ତି, କେବଳ ନିର୍ବାଚନ କାରଣରୁ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରାଯାଇପାରିବ ନାହିଁ। ଅର୍ଥ ଅଭାବ ହେଲେ ତାହାକୁ ପୂରଣ କରିବାର ପ୍ରୟାସ କରାଯିବ। ୨୦୧୮-୧୯ ଆର୍ଥିକ ବର୍ଷର ଅର୍ଥନୈତିକ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା ପରବର୍ତ୍ତୀ ସରକାରଙ୍କ କାର୍ଯ୍ୟ, ମାତ୍ର ମୋଦୀ ସରକାର ନିଜେ ଏହି କାର୍ଡ ପ୍ରସ୍ତୁତ କରିବାକୁ ସ୍ଥିର କରିଛନ୍ତି।
ଏଥିସହ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ)ର ପୂର୍ବତନ ଗଭର୍ଣ୍ଣର ବିମଳ ଜଲାନଙ୍କ ନେତୃତ୍ୱରେ ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଅର୍ଥମନ୍ତ୍ରାଳୟର ପରବର୍ତ୍ତୀ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମନୋନୟନ କରିବ। ଅନ୍ୟ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବିଭାଗଗୁଡିକୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ଆକଳନ (ରିଭାଇଜ୍‍ଡ ଏଷ୍ଟିମେଟ) ଏବଂ ୨୦୧୯-୨୦ ପାଇଁ ବଜେଟ ଆକଳନ କରିବାକୁ ବିଭାଗଗୁଡିକୁ ଚିଠି ପଠାଇ ଦିଆଯାଇଛି। ଏଥିସହ ଆଗାମୀ ବଜେଟକୁ ନେଇ ସେମାନଙ୍କର କି ଆଶା ରହିଛି ସେ ସମ୍ବନ୍ଧରେ ସୂଚନା ହାସଲ ନିମନ୍ତେ ବିଭିନ୍ନ ଉଦ୍ୟୋଗ ଏବଂ ଅନ୍ୟ ଅଂଶୀଦାରଙ୍କ ସହିତ ଆଲୋଚନା ମଧ୍ୟ ଜାରି ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଅନ୍ତରୀଣ ବଜେଟ ପ୍ରସ୍ତୁତି କାର୍ଯ୍ୟ ଅକ୍ଟୋବରରୁ ଆରମ୍ଭ ହୋଇସାରିଛି। ଅର୍ଥ ମନ୍ତ୍ରାଳୟ ଭିନ୍ନଭିନ୍ନ ବିଭାଗଠାରୁ ଖର୍ଚ୍ଚ ଅନୁମାନ ସମ୍ବନ୍ଧିତ ରିପୋର୍ଟ ଲୋଡିଛି। ଏଥର ଅନ୍ତରୀଣ ବଜେଟ ଉପସ୍ଥାପନ କରାଗଲେ ତାହା ବିଗତ ବର୍ଷରେ ଉପସ୍ଥାପିତ ଅନ୍ୟ ଅନ୍ତରୀଣ ବଜେଟଗୁଡିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories