ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମିଛ ଖବର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଫେସ୍ବୁକ୍କୁ ସ୍ୱାଧୀନ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ପ୍ରତ୍ୟେକ ଖବରର ସତ୍ୟତା ପରଖିବ ବୋଲି ଜୟପୁରଠାରେ ଭାରତ ଓ ଦକ୍ଷିଣ ଏସିଆ ପାଇଁ ନିଯୁକ୍ତ ଫେସ୍ବୁକ୍ର ସାଧାରଣ ନୀତି ନିର୍ଦ୍ଧାରଣ ନିର୍ଦେଶକ ଶିବନାଥ ଥୁକ୍ରଲ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତୁତି ଶେଷ ହୋଇଛି ଓ ନିର୍ବାଚନକୁ ପ୍ରଭାବିତ କଲାଭଳି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ମିଛ ଖବର ତଥା ସୂଚନା ନିୟନ୍ତ୍ରଣ କରିବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିବା ସେ କହିଛନ୍ତି। ମିଛ ଖବର ପ୍ରଚାର ପଛରେ ରହିଥିବା ଶକ୍ତିଙ୍କୁ ମଧ୍ୟ ଏହା ଠାବ କରିବ ବୋଲି ଶିବନାଥ କହିଛନ୍ତି।
Popular Categories



