www.samajalive.in
Sunday, December 14, 2025
23.1 C
Bhubaneswar

ସାବଧାନ, ଏହି ନମ୍ବରରୁ କଲ୍‌ ଆସିଲେ ଉଠାନ୍ତୁନାହିଁ- କରିଦେବ ଆପଣଙ୍କ ଆକାଉଣ୍ଟ ଖାଲି

ନୂଆଦିଲ୍ଲୀ – କିଛି ଦିନତଳେ ଉତ୍ତରପ୍ରଦେଶର ଜଣେ ମହିଳାଙ୍କ ଫୋନ୍‌ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା । ଅଲିଗଡର ଏହି ମହିଳା ଜଣଙ୍କ ଫୋନ୍‌ରେ ସେହି ବ୍ୟକ୍ତିଙ୍କୁ ସେ କିଏ ଏବଂ କାହା ସହ କଥା ହେବ ବୋଲି ପଚାରିଥିଲେ । ୨୦ ସେକେଣ୍ଡର କଥାବାର୍ତ୍ତା ମଧ୍ୟରେ ମହିଳା ଜଣଙ୍କ ଏକ ଭୁଲ୍‌ ବା ରଙ୍ଗ ନମ୍ବରରୁ କଲ୍‌ ଆସିଥିବା ଜାଣି ଫୋନ୍‌ କାଟି ଦେଇଥିଲା । ଏହା ପରେ ମହିଳାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା କଟିଯାଇଥିଲା । ଏବେ ବିଭନ୍ନ ୟୁପିଆଇରେ ଏକ ଲକ୍ଷ ଟଙ୍କା ଦୈନିକ ସୀମା ରେଖା ହୋଇଥିବାରୁ ମହିଳାଙ୍କ ଆକାଉଣ୍ଟରୁ ପ୍ରଥମେ ଏକ ଟଙ୍କା ତାପରେ ସଙ୍ଗେ ସଙ୍ଗେ ୯୯୯୯୯ ଟଙ୍କା କଟିଯାଇଥିଲା । ମାତ୍ର କିଛି ମିନିଟ୍‌ ମଧ୍ୟରେ ମହିଳାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା କଟିଯାଇଥିଲା .

ଏହାର ମେସେଜ୍‌ ଆସିବାରୁ ମହିଳା ଜଣଙ୍କ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥିବା କଥା ଜାଣିଛନ୍ତି । ଏବେ ମହିଳା ଜଣଙ୍କ ଥାନାକୁ ଦୌଡୁଛନ୍ତି । ମାତ୍ର କୌଣସି ସୁଫଳ ମିଳିନାହିଁ ।

- Advertisement -

ଠକେଇର ଏହା କୌଣସି ନୂଆ ଘଟଣା ନୁହେଁ ।କେତେବେଳେ ଠକଙ୍କ କଲ୍ ତ କେତେବଳେ ମେସେଜ୍‌ରେ କ୍ଲିକ୍‌ କଲେ ଟଙ୍କା କଟିଯାଉଛି । ଦିଲ୍ଲୀର ସାଇବର ଏକ୍ସପର୍ଟ କିସଳୟ ଚୌଧୁରୀଙ୍କ ଅନୁସାରେ ଏହା ପ୍ରଥମ ଘଟଣା ନୁହେଁ ଦିଲ୍ଲୀରେ ବି ଏମିତି ଘଟଣା ଘଟୁଛି । ଆଗରୁ ଫୋନ୍‌ କରିକି ଓଟିପି ମାଗୁଥିଲେ। ମାତ୍ର ଏବେ ବିନା ଓଟିପିରେ ବି ଟଙ୍କା କଟିଯାଉଛି । ବିଭିନ୍ନ ବିଦେଶୀ ନମ୍ବରରୁ ଏହି ଠକାମୀ ହେଉଛି । ଏହି ଠକମାନେ ବିଦେଶରେ ବସୁଛନ୍ତି । ସେମାନଙ୍କ ନିକଟରେ ଲୋକଙ୍କର ସମସ୍ତ ତଥ୍ୟ ରହୁଛି । ଫୋନ୍‌ ଆସିବାର ୨୦ ସେକେଣ୍ଡ ମଧ୍ୟରେ ସେ ଫୋନ୍‌ର ସମସ୍ତ ତଥ୍ୟ ଏବଂ ସେଟିଂ ଡିକୋଡ୍‌ କରୁଛନ୍ତି । ଏହାପରେ ଆକାଉଣ୍ଟରୁ ଟଙ୍କା ଟୋରି କରି ନେଉଛନ୍ତି । ଏହାଠାରୁ ବି ଆଧୁନିକ ବା ଆଡଭାନ୍ସ ତରିକା ଆସିଲାଣି । ଭାରତୀୟ କୋଡ୍‌ ଥିବା ନମ୍ବରରୁ କଲ୍‌ ଆସିଥିଲେ ଏପରି ଠକେଇ ହେବା କଷ୍ଟ, ମାତ୍ର +91 ପ୍ରଥମରୁ ନଥାଇ ଅନ୍ୟ କୌଣସି ବିଦେଶୀ ନମ୍ବରରୁ ଆସିଥିଲେ । ଠକେଇ ସହଜରେ ହୋଇଯାଉଛି ।

ଭାରତୀୟ ନମ୍ବର ହେଲେ ଓଟିପି କି ଲିଙ୍କ୍‌ ଉପରେ କ୍ଲିକ୍‌ କି ସିଭିଭି କୋଡ୍‌ ଦରକାର । ମାତ୍ର ବିଦେଶରୁ ଆସୁଥିବା କଲ୍‌ରେ ଏହା ଦରକାର ନାହିଁ ।

ଭାରତର କଣ୍ଟ୍ରି କୋଡ୍‌ +91 , ମାତ୍ର ଏହା ପ୍ରଥମରୁ ନଥିଲେ ଅଜଣା ନମ୍ବରରୁ ବିଦେଶରୁ ଏପରି କଲ୍‌ ଆସିଥାଇ ପାରେ । ବାହାର ଦେଶର ଠକ ବାରମ୍ବାର କଲ୍‌ କରୁଛନ୍ତି। ଏମାନେ କଲ୍‌ କଲେ ଆପଣ କଲ୍‌ ଉଠାନ୍ତୁ ନାହିଁ । ସାବଧାନ ରୁହନ୍ତୁ ।

 

ସେବାୟତ ବିବାଦ ସମାଧାନ; ବଡ ମହାସ୍ନାନ ପରେ ହେବ ମହାପ୍ରଭୁଙ୍କ ନୀତିକାନ୍ତି

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories