www.samajalive.in
Saturday, December 6, 2025
15.1 C
Bhubaneswar

ସେବାୟତ ବିବାଦ ସମାଧାନ; ବଡ ମହାସ୍ନାନ ପରେ ହେବ ମହାପ୍ରଭୁଙ୍କ ନୀତିକାନ୍ତି

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟର ସମାଧାନ ହୋଇଛି। ମହାପ୍ରଭୁଙ୍କ ବଡ ମହାସ୍ନାନ ପରେ ନୀତି ଆଗକୁ ବଢିବ। ବଡ ମହାସ୍ନାନ ପରେ ଅବକାଶ ନୀତି ହେବ। ଏହାପରେ ଆଗକୁ ନୀତିକାନ୍ତି ବଢିବା ନେଇ ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।
ସୂଚନା ଯୋଗ୍ୟ, ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କ ନୀତିରେ ସମସ୍ୟା ଦେଖାଦେଇଥିଲା । ସେବା ନିବୃତ୍ତ ଜଣେ ସିଂହାରୀ ସେବାୟତଙ୍କୁ ନେଇ ବିବାଦ ହୋଇଥିଲା। ସେବା ନିବୃତ୍ତ ସତ୍ତେ୍ୱ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜିତକୁ ନେଇ ବିରୋଧ କରାଯାଇଥିଲା। ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁଁ ମହାପ୍ରଭୁଙ୍କ ନୀତି ଆଗକୁ ବଢିପାରି ନଥିଲା। ମଙ୍ଗଳ ଆଳତି ପରେ ଆଗକୁ ନୀତିକାନ୍ତି ବଢିପାରନିଥିଲା। ବିବାଦ ତୁଟାଇବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ନୀତି ପ୍ରଶାସକ ଉପସ୍ଥିତ ରହି ବିଭିନ୍ନ ନିୟୋଗଙ୍କ ସହ ଆଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories