www.samajalive.in
Sunday, December 14, 2025
23.1 C
Bhubaneswar

ବିଶ୍ୱକର୍ମା ଓ ଗଣେଷ ପୂଜା ପାଇଁ ବୈଠକ

ଧାମରା : ଧାମରା ନିକଟସ୍ଥ କରଞମାଳ ଫାଣ୍ଡି ଅଧିକାରୀ ବିନୋଦ ବିହାରୀ ହେମ୍ବ୍ରମଙ୍କ ଉପସ୍ଥିତିରେ ଫାଣ୍ଡିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ପ୍ରଥମେ ବିଶ୍ୱକର୍ମା ଏବଂ ପରେ ଗଣେଷ ପୂଜାକୁ ଦୃଷ୍ଟିରେ ରଖି ସମସ୍ତ ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଜିଲ୍ଲା ପ୍ରଶାସନର ନିର୍ଦେଶରେ କୌଣସି ଡିଜେ ନ ବଜାଇ କମ୍ ସ୍ୱରରେ ମାଇକ ବଜାଇବାକୁ ଫାଣ୍ଡି ଅଧିକାରୀ ଉପସ୍ତିତ ବ୍ୟକ୍ତିବିଶେଷଙ୍କୁ ଜଣାଇଥିଲେ। ଏଥିସହ କୌଣସି ପରିସ୍ଥିତିରେ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପୁଲିସକୁ ଜଣାଇଲେ ପୁଲିସ ପ୍ରଶାସନ ନିଶ୍ଚୟ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବ ବୋଲି ମଧ୍ୟ ଫାଣ୍ଡି ଅଧିକାରୀ ମତବ୍ୟକ୍ତ କରିଥିଲେ। ଏହି ବୈଠକରେ କରଞମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରି ଅଂଚଳରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ଦଳ ମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଲିସ ପ୍ରଶାସନ ସହଯୋଗରେ ସମସ୍ତ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ ପାଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories