www.samajalive.in
Sunday, December 14, 2025
14.1 C
Bhubaneswar

ଜି-୨୦: ସୁରକ୍ଷା ଦୃଷ୍ଟିରୁ ଦିଆଯାଇଥିଲା ଠାର ଶବ୍ଦ, ରାଜଘାଟକୁ ରୁଦ୍ରପୁର ଓ ପ୍ରଗତି ମଇଦାନକୁ ନିକେତନ

ଡେସ୍କ: ଜି-୨୦ ସମ୍ମିଳନୀ ପାଇଁ ବିଭିନ୍ନ ସ୍ଥାନର ରଖାଯାଇଥିବା ଛଦ୍ମନାମ ଏବେ ସାମ୍ନାକୁ ଆସିଛି। ବିଦେଶାଗତ ପ୍ରତିନିଧିମାନେ ଅବସ୍ଥାନ କରୁଥିବା ଦିଲ୍ଲୀର ବିଭିନ୍ନ ପଞ୍ଚତାରକା ହୋଟେଲର ଠାର ଶବ୍ଦ ବା କୋଡ୍‌ ୱାର୍ଡ ରଖାଯାଇଥିଲା। ସମ୍ମିଳନୀ ସ୍ଥଳର ନାମ ମଧ୍ୟ ଛଦ୍ମ ରଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୁଲିସ ଏପରି କରିଥିଲା ଓ ଏହି ନାମରେ ଆଭ୍ୟନ୍ତରୀଣ ଯୋଗାଯୋଗ ଚଳାଇଥିଲା। ସୂଚନାନୁଯାୟୀ, ଆମେରିକା ରାଷ୍ଟ୍ରପତି ରହୁଥିବା ମୌର୍ଯ୍ୟ ସେରାଟନ୍‌ ହୋଟେଲର ନାମ ‘ପାଣ୍ଡୋରା’ ରଖାଯାଇଥିଲା। ଋଷି ସନକ ରହୁଥିବା ହୋଟେଲର ନାମ ଥିଲା ‘ସମରା’। ରାଜଘାଟର ନାମ ‘ରୁଦ୍ରପୁର’ ଥିଲାବେଳେ ସମ୍ମିଳନୀ ସ୍ଥଳ ପ୍ରଗତି ମଇଦାନର ନାମ ‘ନିକେତନ’ ଥିଲା। ହୋଟେଲ ଲି ମେରିଡିଆନ୍‌ର ନାମ ‘ମହାବୋଧି’, ତାଜ୍‌ ମାନ୍‌ସିଂହର ନାମ ‘ପାରାମାଉଣ୍ଟ’ ରଖାଯାଇଥିଲା। ଏସବୁ କେବଳ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀମାନଙ୍କୁ ଜଣାଥିଲା।

http://୩ ହଜାର ଟପିଲା ମରକ୍କୋ ଭୂମିକମ୍ପ ମୃତ୍ୟୁସଂଖ୍ୟା

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories