www.samajalive.in
Sunday, December 14, 2025
26.1 C
Bhubaneswar

ତାଲିବାନ ଦଖଲରେ ପାକ୍‌ର ସେନା ମୁଖ୍ୟାଳୟ

ଇସଲାମାବାଦ: ଆତଙ୍କବାଦୀ ସଂଗଠନ ତେହରିକ୍‌-ଇ-ତାଲିବାନ୍‌-ପାକିସ୍ତାନ (ଟିଟିପି)ର ସଦସ୍ୟମାନେ ଖାଇବର ପାଖତୁନ୍‌ଖୱା ଅନ୍ତର୍ଗତ ଚିତ୍ରାଲ ସେନା ମୁଖ୍ୟାଳୟ ଦଖଲ କରିଦେଇଥିବା ସୂଚନା ମିଳିଛି। ସଂଗଠନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ଓ ଭିଡିଓ ପ୍ରସାରିତ ହୋଇଛି। ଏଥିରେ ଆତଙ୍କବାଦୀମାନେ ସେନା ମୁଖ୍ୟାଳୟରେ ପ୍ରବେଶ କରୁଥିବା ଲକ୍ଷ୍ୟ କରାଯାଉଛି। ପୁନଶ୍ଚ ପାକିସ୍ତାନ ପତାକା ଓ ଚିତ୍ରାଲ ସେନାଳୟକୁ ଢେଲା ଫିଙ୍ଗୁଥିବା ଦେଖାଯାଉଛି। ସଂଗଠନ ଗତ ସପ୍ତାହରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଆକ୍ରମଣ କରିବା ସହ କିଛି ଗ୍ରାମକୁ ଦଖଲ କରିଥିବା ଖବର ପ୍ରକାଶିତ ହୋଇଥିଲା।

http://ଜି-୨୦: ସୁରକ୍ଷା ଦୃଷ୍ଟିରୁ ଦିଆଯାଇଥିଲା ଠାର ଶବ୍ଦ, ରାଜଘାଟକୁ ରୁଦ୍ରପୁର ଓ ପ୍ରଗତି ମଇଦାନକୁ ନିକେତନ

- Advertisement -

ସୂଚନାନୁଯାୟୀ, ଚିତ୍ରାଲ ସେନା ମୁଖ୍ୟାଳୟ ଦଖଲ ସମ୍ପର୍କିତ ଖବରକୁ ପାକିସ୍ତାନର ଇଣ୍ଟର ସର୍ଭିସେସ୍‌ ପବ୍ଲିକ ରିଲେସନ୍ସ (ଆଇଏସ୍‌ପିଆ) ବିଭାଗ ସ୍ବୀକାର କରିଛି। ଏହି ଦଖଲ ସମୟରେ ୪ ସେନାଧିକାରୀ ଓ ୭ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଇଛି। ଖାଇବର ପାଖତୁନ୍‌ଖୱା ଓ ବେଲୁଚିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ନାହିଁନଥିବା ହିଂସାକାଣ୍ଡ ଘଟାଉଛନ୍ତି। ଏହି ସେନାଳୟ ଚୀନ୍‌ର ଜିନ୍‌ଜିଆଙ୍ଗ ପ୍ରଦେଶ ସଂଲଗ୍ନ। ଆଫଗାନିସ୍ତାନ ସୀମାରେ ବହୁ ସଂଖ୍ୟକ ଟିଟିପି ଆତଙ୍କବାଦୀ ଆସ୍ଥାନ ଜମାଇଥିବା ଓ ପାକିସ୍ତାନ ସେନା ଉପରେ ନଜର ରଖିଥିବା ଜଣାପଡ଼ିଛି।

(ଏହି ସମ୍ବାଦଟି ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ଫିଡ଼ରୁ ସଂଗୃହିତ, ତେଣୁ ଏହାର ତଥ୍ୟ ଓ ଫଟୋ ଯାଞ୍ଚ ଯୋଗ୍ୟ ଅଟେ।)

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories