www.samajalive.in
Sunday, December 14, 2025
14.1 C
Bhubaneswar

ଅଯୋଧ୍ୟାକୁ ଯାଉଛନ୍ତି ଶିବସୈନିକ: ଆରମ୍ଭ ହେଲା ଭୂମି ପୂଜା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ “ଅଯୋଧ୍ୟା ଚାଲ’ ଡାକରା ଦେଇଛନ୍ତି। ଶିବସେନାର ଡାକରାରେ ଶହଶହ ଶିବ ସୈିନିକ ଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଆଉ ଅଳ୍ପ ସମୟ ମଧ୍ୟରେ ଶିବ ସେନା ସୁପ୍ରିମୋ ଉଦ୍ଧବ ଠାକରେ ତାଙ୍କ ସମର୍ଥକଙ୍କୁ ନେଇ ଅଯୋଧ୍ୟା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପୁନାର ଶିବନୋରୀ କିଲାର ମାଟି ସାଙ୍ଗରେ ନେଇ ଶିବ ସୈନିକ ଅଯୋଧ୍ୟା ଆସିଛନ୍ତି। ଏହି ମାଟି ରାମ ଜନ୍ମଭୂମି ମହନ୍ତଙ୍କୁ ପ୍ରଦାନ କରାଯିବ।
ଶିବ ସୈନିକଙ୍କ ଉପସ୍ଥିତିରେ ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ଅଯୋଧ୍ୟାର ଲକ୍ଷ୍ମଣ କିଲାଠାରେ ଭୂମି ପୂଜା କରିଛନ୍ତି। ଅଯୋଧ୍ୟା ମାଟିରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ରାମ ଜନ୍ମଭୂମିର ଘୋଷଣା କରିବେ। ଏହି ପରିପ୍ରେକ୍ଷୀରେ ୨ଦିନ ଧରି ଶିବ ସୈନିକ ଅଯୋଧ୍ୟାକୁ ଆସିବାରେ ଲାଗିଛନ୍ତି। ଅଯୋଧ୍ୟାର ସାଧୁ ସନ୍ଥଙ୍କ ସହ ଉଦ୍ଧବ ବୈଠକ କରିବା ସହ ମନ୍ଦିର ନିର୍ମାଣ ସମ୍ପର୍କିତ ଆଲୋଚନା କରିବେ।
ଯେତେସମୟ ପର୍ଯ୍ୟନ୍ତ ରାମ ମନ୍ଦିର ହେବ ନାହିଁ ସେତେ ପର୍ଯ୍ୟନ୍ତ ସରକାର ହେବ ନାହିଁ ବୋଲି ଶିବସେନା ପକ୍ଷରୁ ଦାବି କରାଯାଇଛି। ପ୍ରତି ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଦେବାର ମିଥ୍ୟା ପ୍ରତିଶ୍ରୁତି ପରି ରାମ ମନ୍ଦିର ପ୍ରସଙ୍ଗକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ହାତରେ ଛାଡ଼ି ଦେଇ ହେବ ନାହିଁଁ। ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପ୍ରସଙ୍ଗର ସମାଧାନ ପାଇଁ ଶିବସେନା ସଂଗ୍ରାମ ଆରମ୍ଭ କରିବ ବୋଲି ଘୋଷଣା କରିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories