www.samajalive.in
Thursday, December 11, 2025
15.1 C
Bhubaneswar

୮୮ ହଜାର ପାଉଣ୍ଡ ଦେବାକୁ ମାଲ୍ୟାଙ୍କୁ ନିର୍ଦେଶ

ଲଣ୍ଡନ: ସ୍ୱିଜରଲ୍ୟାଣ୍ଡର ବ୍ୟାଙ୍କ ୟୁଏସ୍‍ବିକୁ ୮୮ ହଜାର ପାଉଣ୍ଡ ଦେବାକୁ ଲଣ୍ଡନ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ନିର୍ଦେଶ ଦେଇଛନ୍ତି। ଲଣ୍ଡନର ବେକର ଷ୍ଟ୍ରିଟ୍‍ ହାଉସ୍‍ରେ ଥିବା ଏକ ବଙ୍ଗଳାର ମାଲିକାନା ପ୍ରସଙ୍ଗରେ ଚାଲିଥିବା ମାମଲାର ଖର୍ଚ୍ଚ ବାବଦରେ ଏହି ରାଶି ପୈଠ କରିବାକୁ ମାଲ୍ୟାଙ୍କୁ ନିର୍ଦେଶ ଦିଆଯାଇଛି। ଉକ୍ତ ବଙ୍ଗଳାକୁ ମାଲ୍ୟା ବନ୍ଧକ ରଖି ୨୦୧୨ରେ ୫ ବର୍ଷ ପାଇଁ ୨୦.୪ ନିୟୁତ ପାଉଣ୍ଡ ଋଣ ନେଇଥିଲେ। କିନ୍ତୁ ଅଦ୍ୟାବଧି ଋଣ ଶୁଝି ନଥିବାରୁ ବ୍ୟାଙ୍କ ପକ୍ଷରୁ ଉକ୍ତ ବଙ୍ଗଳାକୁ ବାଜ୍ୟାପ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଉକ୍ତ ବଙ୍ଗଳା ନିଜ ନାମରେ ନଥିବା ଆଳ ଦେଖାଇ ମାଲ୍ୟା ବ୍ୟାଙ୍କର ଦାବିକୁ ଟାଳି ଆସୁଛନ୍ତି। ତେଣୁ ୟୁଏସ୍‍ବି ବ୍ୟାଙ୍କ ମାଲ୍ୟାଙ୍କ ନାମରେ ମୋକଦ୍ଦମା ଦାଏର କରିଛି। ଏହି ମୋକଦ୍ଦମା ବାବଦ ଖର୍ଚ୍ଚ ଭରଣା କରିବାକୁ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମୋକଦ୍ଦମା ଖର୍ଚ୍ଚ କ୍ଷତିଭରଣା ରାଶିକୁ ୪୦ ହଜାର ପାଉଣ୍ଡ ପର୍ଯ୍ୟନ୍ତ କମାଇ ଦେବା ପାଇଁ ମାଲ୍ୟାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ହେଁ ତାହା କୋର୍ଟ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ସୂଚନାଯୋଗ୍ୟ, ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ଶୁଝି ନପାରି ମାଲ୍ୟା ବିଦେଶ ଚାଲିଯାଇଛନ୍ତି। ତାଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ଉଦ୍ୟମ କରୁଥିଲେ ହେଁ ଭାରତୀୟ ଜେଲ୍‍ର ଅବସ୍ଥା ଭଲ ନଥିବା ଦର୍ଶାଇ ମାଲ୍ୟା ଲଣ୍ଡନ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ମାସ ୧୦ ତାରିଖରେ ହେବାର ଧାର୍ଯ୍ୟ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories