www.samajalive.in
Tuesday, December 9, 2025
16.1 C
Bhubaneswar

ଦୁର୍ବଳ ଓ ଶୁଷ୍କ କେଶ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

ମହିଳା ହୁଅନ୍ତୁ ଅଥବା ପୁରୁଷ ସମସ୍ତେ କେଶର ସମସ୍ୟା ପାଇଁ ଖୁବ ଚିନ୍ତିତ ଅଟନ୍ତି। ଆଜିକାଲିର ବ୍ୟସ୍ତବହୁଳତା ଜୀବନ ଓ ପ୍ରଦୂଷଣ କାରଣରୁ କେଶ ବହୁତ ଦୁର୍ବଳ, ଶୁଷ୍କ ହୋଇଯାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତଥା କେଶକୁ କୋମଳ ଓ ଆକର୍ଷଣୀୟ କରିବା ପାଇଁ ସଠିକ ଭାବେ ଏହାର ଦେଖାଶୁଣା କରିବା ଆବଶ୍ୟକ ଅଟେ। ବହୁ ଲୋକେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ଦାମୀ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମାତ୍ର କିଛି ସହଜ ଉପାୟ ଦ୍ୱାରା ଆମେ କେଶକୁ ଘନ, କୋମଳ ଓ ଆକର୍ଷଣୀୟ କରିପାରିବା ଜାଣନ୍ତୁ ତାହା କ’ଣ….

ଅଣ୍ଡା –
କେଶକୁ କୋମଳ କରିବା ପାଇଁ ଅଣ୍ଡା ସବୁଠାରୁ ଲାଭଦାୟକ ଅଟେ। ସପ୍ତାହକୁ ଥରେ କିମ୍ବା ଦୁଇ ଥର ଏହାକୁ ଲଗାଇବା ଆବଶ୍ୟକ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ କେଶକୁ କୋମଳ କରିଥାଏ।

ନଡ଼ିଆ ପାଣି ଓ କ୍ଷୀର –
ନଡ଼ିଆ ପାଣି ଓ କଞ୍ଚା କ୍ଷୀରରେ ବେସନ ମିଶାଇ ସପ୍ତାହକୁ ଦୁଇ ଥର ଲଗାନ୍ତୁ। ଏହାଦ୍ୱାରା କେଶର ଶୁଷ୍କପଣ ଦୂର ହେବା ସହ କେଶର ଚମକ ବଢିଥାଏ।

ଘିକୁଆଁରୀ –
ଘିକୁଆଁରୀ କେଶ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ କେଶକୁ ଆବଶ୍ୟକ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।

କଦଳୀ ଓ ନଡ଼ିଆ ତେଲ –
କଦଳୀକୁ ଭଲ ଭାବେ ଚକଟି ଏଥିରେ ତେଲ ମିଶାଇ କେଶର ମୂଳରେ ଭଲ ଭାବେ ମାଲିସ କରନ୍ତୁ। ଏହା ପରେ କେଶକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶ ଖୁବ କୋମଳ ଓ ଆକର୍ଷଣୀୟ ହୋଇଥାଏ।

ଦହି –
ଦହି କେଶ ପାଇଁ ଏକ ଉତ୍ତମ କଣ୍ଡିସନର ଭାବେ କାର୍ଯ୍ୟ କରେ। କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ଲଗାଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ୍ ଲାଭଦାୟକ ଅଟେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories