www.samajalive.in
Monday, December 15, 2025
16.1 C
Bhubaneswar

ଶିକ୍ଷକ ନିଯୁକ୍ତି ଦାବୀରେ ସ୍କୁଲରେ ତାଲା ପକାଇଲେ ଅବିଭାବକ, ଧାରଣାରେ ବସିଲେ ଛାତ୍ରଛାତ୍ରୀ

ହରଭଙ୍ଗା :ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରୁବୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦାବୀରେ ମଙ୍ଗଳବାର ସକାଳେ ଅଭିଭାବକ ସ୍କୁଲରେ ତାଲା ପକାଇବା ସହ ଛାତ୍ର, ଛାତ୍ରୀ ଧାରଣାରେ ବସି ଏହାର ପ୍ରତିବାଦ ଜଣାଇଥିଲେ। ଫଳରେ ଆଜି ସ୍କୁଲରେ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।

ପ୍ରକାଶ ଯେ ବର୍ତ୍ତମାନ ବୁରୁବୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୨ଜଣ ଛାତ୍ର ଛାତ୍ରୀ ପାଠପଢୁଛନ୍ତି। ଏମାନଙ୍କ ଶିକ୍ଷାଦାନ ପାଇଁ ୦୫ଜଣ ଶିକ୍ଷକ ରହିଛନ୍ତି। ମାତ୍ର ସ୍କୁଲରେ ଆଉ ଦୁଇଜଣ ଶିକ୍ଷକ ଆବଶ୍ୟକ ରହିଛି। ଏହାକୁ ନେଇ ଅଭିଭାବକ ମହଲରୁ ବିଭିନ୍ନ ସମୟରେ ଦାବୀପରେ ବି ଶିକ୍ଷା ବିଭାଗ ଆଦୌ କର୍ଣ୍ଣପାତ କରୁନଥିବାରୁ ଏହାର ପ୍ରତିବାଦରେ ଆଜି ଅଭିଭାବକମାନେ ସ୍କୁଲରେ ତାଲା ପକାଇବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା କମଳପୁର ସ୍କୁଲର ଶିକ୍ଷକ ବିପିନ ସାହୁଙ୍କୁ ଏଠାରେ ନିଯୁକ୍ତି ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ଅଭିଭାବକମାନେ ଆଉଜଣେ ଶିକ୍ଷକ ନିଯୁକ୍ତି ଦାବୀ କରିଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories