www.samajalive.in
Saturday, December 13, 2025
21.1 C
Bhubaneswar

ତିଗିରିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ଗଡ଼ିଲା କୃଷିରଥ

ତିଗିରିଆ:ରାଜ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ତିଗିରିଆ ବ୍ଲକରେ କୃଷି ରଥ ଗଡିବା ଶୁଭାରମ୍ଭ ହୋଇଛି। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତିଗିରିଆର ଅଧ୍ୟକ୍ଷ ହରେନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅତିଥିମାନେ ରଥକୁ ସବୁଜ ପତାକା ପ୍ରଦର୍ଶନ କରିଥିଲେ। କୃଷିରଥ ତିଗିରିଆ ବ୍ଲକର ସମସ୍ତ ୧୪ ଗୋଟି ପଞ୍ଚାୟତରେ ୬ଦିନ ବୁଲି ବିଭିନ୍ନ ଲୋକକଳା ଓ ଲୋକ ସଂଗୀତ ମାଧ୍ୟମରେ ସରକାରଙ୍କ ଦ୍ୱାରା ଚାଷୀଙ୍କୁ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ବଦ୍ଧରେ ସଚେତନତା ସୃଷ୍ଟି କରିବା ସହିତ ସରକାରୀ ଯୋଜନାରେ ମିଳୁଥିବା ସହାୟତା ଓ ସୁବିଧା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ କୃଷି ଜ଼ିଲ୍ଲା ଅଧିକାରୀ ସୁଦାମ ନାୟକ, ସମ୍ମାନୀତ ଅତିଥି ଭାବେ କୃଷି ଜ଼ିଲ୍ଲା ଅଧିକାରୀ ପର୍ଶୁରାମ ବେହେରା ତିଗିରିଆ, ବ୍ଲକ ଅଧକ୍ଷା ସନ୍ଧ୍ୟାରାଣୀ ନାୟକ, ଗୋଷ୍ଠୀ ଉନୟନ ଅଧିକାରୀ ପ୍ରଣବ କୁମାର ବେହେରା, ଜିଲା ପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ ଓ ସସ୍ମିତା ରାଉତ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରୀ ପରିଡା ପ୍ରମୁଖ ଯୋଗଦେଇ ପତାକା ହଲାଇ ରଥ ଗଡ଼ାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୁଷ୍ଟି ,କୃଷି ଅଧିଦର୍ଶକ ବିନୋଦିନୀ ବେହେରା, ଗ୍ରାମ୍ୟ କୃଷି କର୍ମଚାରୀ , ସହକାରୀ ବୈଷୟିକ ପରିଚାଳକ ଓ କୃଷକ ସାଥିମାନେ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories