www.samajalive.in
Friday, December 12, 2025
16.1 C
Bhubaneswar

ଯୁବ ରେଡ଼କ୍ରସ ଏବଂ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ: ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ଏବଂ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ମହାବିଦ୍ୟାଳର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପ୍ରଧାନ ଉଦଘାଟନ କରିବା ସହିତ ନିଜେ ରକ୍ତଦେଇ ଶୁଭାରମ୍ଭ କରିଥିଲେ। ଯୁବ ରେଡ଼କ୍ରସର ସଂପାଦକ ଅଧ୍ୟାପକ ସୁକାନ୍ତ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଡ଼.ଜୟଦୀପ୍ ଘୋଷ ସମେତ ଅନ୍ୟ କର୍ମଚାରୀ ସୁଜିତ୍ ସାହୁ, ଅର୍ଚ୍ଚନା ପ୍ରଧାନ, ପ୍ରଶାନ୍ କୁମାର ରତନାଲୁ , ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ବହୁ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ରକ୍ତପ୍ରଦାନ କରିଥିଲେ। ଲିପିକା ମହାନ୍ତି , ସ୍କୃତି ଯୋଶୀ, ବନ୍ଧାରାଣୀ ପୃଷ୍ଟି, ଗିରିଶ ଚନ୍ଦ୍ର ନାୟକ, ସଦାନନ୍ଦ ଦତ୍ତ, ସୁନିଲ୍ କୁମାର ଗୌଡ଼ , ପ୍ରିୟବ୍ରତ ପଟ୍ଟନାୟକ, ସୋନାଲି ସେଠୀ, ବନିତା ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। କିସର ଜିଲା ସଂଯୋଜକ ଭାଗିରଥି ସେଠୀଙ୍କ ସମେତ ରେଡ଼କ୍ରସର ସ୍ୱେଚ୍ଛାସେବୀ ଏବଂ ଓଡ଼ିଶା ମୋ ପରିବାର କର୍ମକର୍ତ୍ତା ଉପସ୍ଥିତ ଥିଲେ। ରକ୍ତଦାନ ଶିବିର ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories