www.samajalive.in
Thursday, December 11, 2025
15.1 C
Bhubaneswar

ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଆତ୍ମହତ୍ୟା ରୋକିବା ପାଇଁ ସମସ୍ତ ପ୍ରୟାସ ପ୍ରଶଂସନୀୟ: କୁଳପତି

ଭୁବନେଶ୍ୱର: ଲକ୍ଷ୍ୟ ପୂରଣରେ ବିଫଳ ହେଲେ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି। ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟାରେ ପ୍ରବଣତା ବଢୁଥିବା ଲକ୍ଷ୍ୟ କରାଯାଉଛି। ଅଧିକାଂଶ କ୍ଷେତ୍ରରେ ପାରିବାରିକ କଳହ, ପାଠପଢା ଚାପ ଓ ଚାକିରିରେ ବିଫଳତା ଆତ୍ମହତ୍ୟା ହାର ବଢୁଛି। ଏହାସହିତ ପ୍ରେମରେ ବିଫଳତା ଯୋଗୁଁ ଅନେକ ଆତ୍ମହତ୍ୟା କରୁଥିଲା ବେଳେ ଆଉ କିଛି ନିଶାସେବନ କାରଣରୁ ଆତ୍ମହତ୍ୟା କରୁଛନ୍ତି। ଆତ୍ମହତ୍ୟା ମାନସିକ ଅବସାଦର ଶେଷ ପରିଣତି ନୁହେଁ। ଏହାର ପ୍ରତିକାର ସ୍ବରୂପ ସଚେତନତା ସୃଷ୍ଟି କରାଯାଇପାରିଲେ ଆତ୍ମହତ୍ୟା ରୋକାଯାଇପାରିବ ବୋଲି କ୍ଷୁଦ୍ର ନାଟକ ଜରିଆରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି। ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗ ପକ୍ଷରୁ ଆତ୍ମହତ୍ୟା ପ୍ରତିରୋଧ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଆତ୍ମହତ୍ୟା ହାର ରୋକିବା ଏବଂ ଏହାର ପ୍ରତିରୋଧ ପାଇଁ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସଚେତନତା ବାର୍ତ୍ତା ବାଣ୍ଟିଥିଲେ।  ଉଦଘରଟନୀ ଉତ୍ସବରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନସିକ ସ୍ବାସ୍ଥ୍ୟ ସଚେତନତା ଅଭିଯାନର ଏକ ଅଂଶ ହେବାକୁ ଉତ୍ସାହିତ କରିଥିଲେ ଏବଂ ଆତ୍ମହତ୍ୟାକୁ ରୋକିବା ଦିଗରେ ସକ୍ରିୟ ଭାବେ କାର୍ୟ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଯେହେତୁ ପ୍ରତ୍ୟେକ ଜୀବନ ମୂଲ୍ୟବାନ, ତେଣୁ ଆତ୍ମହତ୍ୟା ରୋକିବା ପାଇଁ ସମସ୍ତ ପ୍ରୟାସ ପ୍ରଶଂସନୀୟ ବୋଲି କୁଳପତି ପ୍ରଫେସର ସବିତା ଅଚାର୍ୟ୍ୟ ପ୍ରକାଶ କରିଥିଲେ।

ମନସ୍ତତ୍ତ୍ବ ବିଭାଗ ମୁଖ୍ୟ ପ୍ରଫେସର ଭାସ୍ବତୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଆଇକ୍ୟୁଏସି ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ଯୋଗଦେଇ ଆତ୍ମହତ୍ୟାକୁ ପ୍ରତିରୋଧ କରିବା ପାଇଁ ଯେତେବେଳେ ଆମକୁ ଅଧିକ ଆବଶ୍ୟକ ହୁଏ ସେତେବେଳେ ପରସ୍ପର ପାଇଁ ଆଶା ଏବଂ ସମର୍ଥନ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ସୋନାଲି ହେମ୍ବ୍ରମ, ମୌସୁମୀ ସେଠୀ, ସୁନନ୍ଦା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କ ପୋଷ୍ଟରଗୁଡ଼ିକ ଅତିଥିମାନେ ଉନ୍ମୋଚିତ କରିଥିଲେ। କାର୍ୟ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories