www.samajalive.in
Monday, December 15, 2025
17.1 C
Bhubaneswar

ବିଜୁ ଏକ୍ସପ୍ରେସ ୱେ ଦୁର୍ଘଟଣା, ଡିଭାଇଡ଼ରରେ ପିଟିହୋଇ ବାଇକ ଚାଳକ ମୃତ

ଲଡୁ ଗାଁ : କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେରେ ଜଣେ ବାଇକ୍ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା। କେନ୍ଦୁଗୁଡା ଛକ ନିକଟ ବିଜୁ ଏକ୍ସପ୍ରେସ ୱେ ଡିଭାଇଡ଼ରରେ ପିଟିହୋଇ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଟେମରିଆପଡାର ଜୟରାମ ବାଗଙ୍କ ପୁଅ ନକୁଳ ବାଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଗୁଡା ଛକ ନିକଟ ବିଜୁ ଏକ୍ସପ୍ରେସ ୱେ ଡିଭାଇଡ଼ରରେ ପିଟିହୋଇ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଟେମରିଆପଡାର ଜୟରାମ ବାଗଙ୍କ ପୁଅ ନକୁଳ ବାଗ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ନକୁଳ ଗୁରୁତର ଥିବା ସମୟରେ ୧୦୮ ଆମ୍ବୁଲାନ୍ସ ହେଲ୍ପ ଲାଇନକୁ ଜଣେ ସ୍ଥାନୀୟ ଯୁବକ ଫୋନ କରିବାରୁ କୌଣସି ଗାଡି ଉପଲବ୍ଧ ନାହିଁ ନିଜେ ଗାଡି ବ୍ୟବସ୍ଥା କରନ୍ତୁ ବୋଲି ଉତ୍ତର ମିଳିଥିଲା । ଏହାରି ଭିତରେ ନକୁଳଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଆମପାଣି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନକୁଳଙ୍କ ମୃତଦେହକୁ କୋକସରା ଦମକଳ ବାହିନୀର ସାହାଯ୍ୟରେ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories