www.samajalive.in
Sunday, December 14, 2025
19.1 C
Bhubaneswar

ପରିବର୍ତ୍ତନ ହେଲା ଶିଶୁ ସଂଘର ନାମ, ପିଲାଙ୍କୁ ପ୍ରତିଦିନ ଦିଆଯିବ ମାଗଣା ଶିକ୍ଷା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ କେନ୍ଦ୍ର ତରଫରୁ ଚାଲୁଥିବା ମା’ ତୁଳସୀଦେଇପୁର ଶିଶୁ ସଂଘକୁ ପରିବର୍ତ୍ତନ କରାଯାଇ ଏହାର ନାମ ଡ.ରୀତା ପତି ଶିଶୁ ଶିକ୍ଷା କେନ୍ଦ୍ର ରଖାଯାଇଛି। ଏହି ସଂଘର ସମସ୍ତ ପିଲାମାନଙ୍କୁ ପ୍ରତିଦିନ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଯାହାର ସମସ୍ତ ଅର୍ଥରାଶି ଡ ରୀତା ପତି ବହନ କରିବେ।
ଚନ୍ଦକା ଗ୍ରାମ ପଞ୍ଚାୟତର କୁଦିମହଲଠାରେ ବିଶିଷ୍ଟ ସମାଜସେବୀ ତଥା ବିଜେବି କଲେଜର ପୂର୍ବତନ ଉପାଧ୍ୟକ୍ଷା ଡ.ରୀତା ପତିଙ୍କ ଜନ୍ମଦିନ ପାଳନ ଅବସରରେ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର ଭୁବନେଶ୍ୱର ତରଫରୁ ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କୁ ଡ.ରୀତା ପତି କହିଥିଲେ ଯେ ତମେ ଦିନ ବଡ଼ ହୋଇ ଦେଶର ନାମ ରଖିବ। ତେଣୁ ସେଥିପ୍ରତି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ଡ. ଗୋବିନ୍ଦ ଚନ୍ଦ୍ର ଦାସ ଏବଂ କେନ୍ଦ୍ରର ସମ୍ପାଦକ ବାପି ନାୟକ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories