www.samajalive.in
Monday, December 15, 2025
16.1 C
Bhubaneswar

ଖାଲଖମାରେ ୬୫ନଂ ରାଜ୍ୟ ରାଜପଥ ବିପର୍ଯ୍ୟସ୍ତ

ତିଗିରିଆ: ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ ଦେଇ ଯାଇଥିବା ରାଜ୍ୟ ରାଜପଥ ୬୫ନଂ ରାସ୍ତାର ଗୋହିରୀଦ୍ଵାର ଛକ ଠାରୁ ଗୋପୀନାଥପୁର ଶାସନ ପର୍ଯ୍ୟନ୍ତ ବହୁ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଫଳରେ ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅଳ୍ପ ବର୍ଷା ହେଲେ ମଧ୍ୟ ହୋଇଥବା ଖାଲରେ ପାଣି ଜମିରହୁଛି। ପ୍ରଭାବରେ ରାତ୍ର ସମୟରେ ବାଇକଧାରୀମାନେ ଯାତାୟାତ ବେଳେ ସେହି ଗର୍ତ୍ତରେ ପଡି ଦୁର୍ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲର ମରାମତି ଦିଗରେ ବିଭାଗୀୟ ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଦୈନିକ ଶହ ଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାରେ ଚଳାଚଳ କରୁଥିବା ବେଳେ ଏହି ଖାଲ ଯୋଗୁଁ ଯିବା ଆସିବା ବେଳେ ଲୋକେ ପଡି ଖଣ୍ଡିଆଖାବରା ହେଉଛନ୍ତି। ବିଶେଷ କରି ରାତି ସମୟରେ କେତେକ ଗାଡି ଚାଳକ ଉକ୍ତ ଖାଲକୁ ଦେଖି ନପାରିବା କାରଣରୁ ସେଥିରେ ପଡି ଆହତ ହେଉଥିବା ଦେଖିବାକୁ ମିଳିଛି। ଏହା ଛଡ଼ା ଉକ୍ତ ରାସ୍ତା ନବୀକରଣ ସମୟରେ ଗୋହିରୀ ଦ୍ବାର ଠାରୁ ଗୋପୀନାଥପୁର ଶାସନ ପର୍ଯ୍ୟନ୍ତ ରାସ୍ତାର ପଶ୍ଚିମ ଦିଗରେ ଡ୍ରେନ ବ୍ୟବସ୍ଥା କରାଯାଇ ନଥିବାରୁ ବର୍ଷା ଦିନ ସମୟରେ ଏହି ଦିଗରେ କ୍ରମଶଃ ଢିପାଳିଆ ରହିଥିବା ଜମିଗୁଡ଼ିକର ବର୍ଷା ଜଳ ରାସ୍ତା ଉପରେ ପ୍ରବାହିତ ହୋଇଥାଏ। ଉପରୋକ୍ତ ଅଞ୍ଚଳର ଉଛୁଳା ବର୍ଷା ଜଳକୁ ବିପରୀତ ଦିଗରେ ରହିଥିବା ଖାଲ ଅଞ୍ଚଳକୁ ପ୍ରବାହିତ କରିବାକୁ ଦୂର ଦୃଷ୍ଟିର ସହ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ବର୍ଷାଜଳ ରାସ୍ତା ଉପରେ ପ୍ରବାହିତ ହୋଇ ରାସ୍ତାର ସ୍ଥାୟିତ୍ୱକୁ ପ୍ରଭାବିତ କରିଚାଲିଛି।
ଏହି ରାସ୍ତାରେ ଏକାଧିକ ଖାଲ ଯୋଗୁଁ ଗାଡି ଚାଳକ ସାମାନ୍ୟ ଅସାବଧାନ ହେଲେ ଦୁର୍ଘଟଣା ଘଟି ଜୀବନ ହାନିର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ ବିଭାଗ ପକ୍ଷରୁ ତୁରନ୍ତ ଏହାର ମରାମତି କରାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ବର୍ଷକୁ ବର୍ଷ ଜନବସତି ଓ ଦୋକାନ ବଜାର ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି କରାଯାଇଛି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories