www.samajalive.in
Sunday, December 14, 2025
18.1 C
Bhubaneswar

ରାଜଘାଟରେ ରାଷ୍ଟ୍ରପିତାଙ୍କୁ ଜି୨୦ ନେତୃବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି

ଡେସ୍କ: ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀର ଆଜି ଦ୍ଵିତୀୟ ତଥା ଶେଷ ଦିନରେ ବିଶ୍ୱର ତୁଙ୍ଗ ନେତୃବୃନ୍ଦ ପ୍ରମୁଖ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିବା ଲାଗି ଏକତ୍ରିତ ହୋଇଛନ୍ତି। ବିଶେଷ ଭାବେ ପୂର୍ବାହ୍ନ ଅଧିବେଶନରେ ‘ଏକ ଭବିଷ୍ୟତ’ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହା ପୂର୍ବରୁ ଆଜି ସକାଳେ ଜି୨୦ ନେତୃବୃନ୍ଦ ରାଜଘାଟରେ ପହଞ୍ଚି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ନେତାମାନଙ୍କୁ ସ୍ୱାଗତ କରିଥିଲେ। ଆମେରିକାରାଷ୍ଟ୍ରପତି, ବ୍ରିଟେନ ପ୍ରଧାନମନ୍ତ୍ରୀ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି, ଫ୍ରାନ୍ସ ରାଷ୍ଟ୍ରପତି, ଇଟାଲୀ ପ୍ରଧାନମନ୍ତ୍ରୀ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିବା ସହ ବାପୁଙ୍କ ସାବରମତୀ ଆଶ୍ରମ ସମ୍ପର୍କରେ ସୂଚନା ଦେଉଥିବା ଜଣାପଡିଛି।

- Advertisement -

ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଦ୍ୱିପାକ୍ଷିକ ବୈଠକ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ମଧ୍ୟାହ୍ନ ଭୋଜନ ସମୟରେ ବୈଠକ କରିବେ। ସେ କାନାଡାର ନେତାଙ୍କ ସମେତ କୋମୋରୋସ୍, ତୁର୍କୀ, ୟୁଏଇ, ଦକ୍ଷିଣ କୋରିଆ, ୟୁରୋପୀୟ ୟୁନିଅନ୍, ୟୁରୋପୀୟ କମିଶନ, ବ୍ରାଜିଲ ଏବଂ ନାଇଜେରିଆର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories