www.samajalive.in
Friday, December 12, 2025
15.1 C
Bhubaneswar

ଅକ୍ଷରଧାମ ମନ୍ଦିରରେ ଅଭିଷେକ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ

ଡେସ୍କ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ରବିବାର ଦିନ ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ଅଭିଷେକ କରିଛନ୍ତି। ଜି-୨୦ ଶିଖର ସମ୍ମିଳନୀ ପାଇଁ ସରକାରୀ ଗସ୍ତରେ ଆସିଥିବା ସୁନାକ ରାଜଘାଟ ଯିବା ପୂର୍ବରୁ ଆଜି ସକାଳେ ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ।

ଶ୍ରୀ ସୁନାକଙ୍କ ମନ୍ଦିର ପରିଦର୍ଶନ ଦୃଷ୍ଟିରୁ ମନ୍ଦିର ତଥା ଏହାର ଆଖପାଖରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସକାଳ ୬.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସୁନାକ ମନ୍ଦିରରେ ପହଂଚିବା ପରେ ତାଙ୍କୁ ପାରମ୍ପରିକ ହିନ୍ଦୁ ବିଧି ମତେ ଶୁଭେଚ୍ଛା ଏବଂ ବନ୍ଧୁତ୍ୱର ପ୍ରତୀକ ଭାବରେ ସ୍ୱାଗତ କରାଯାଇଥିଲା। ଏହା ପରେ ଶ୍ରୀ ସୁନାକଙ୍କୁ ମନ୍ଦିରର ବରିଷ୍ଠ ସେବକମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ସୁନାକ ଏବଂ ତାଙ୍କ ପତ୍ନୀ ମନ୍ଦିରର କଳା ଏବଂ ସ୍ଥାପତ୍ୟକୁ ପ୍ରଶଂସା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories