www.samajalive.in
Saturday, December 13, 2025
27.1 C
Bhubaneswar

ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲେ ବିରୋଧୀ

ପୁରୀ : ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଗ୍ରାମ ସମିତି ପକ୍ଷରୁ ବେଲଦଳରେ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଏବଂ ସର୍ବୋଚ୍ଚ ନ୍ୟାୟାଳୟ ବରିଷ୍ଠ ଆଇନନୀବୀ ପ୍ରଶାନ୍ତ ଭୂଷଣ ଏଥିରେ ଯୋଗ ଦେଇଛନ୍ତି। ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ ରବି ଦାସ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ପୋସ୍କୋ ବିରୋଧି ଆବାହକ ଅଭୟ ସାହୁ ପ୍ରମୁଖ ସଭାରେ ଉପସ୍ଥିତ ଅଛନ୍ତି।
ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି ଯେ ଏହା ଅଧିକାରର ବିଜୟ। ଓଡ଼ିଶା ଲୁଟ ହେଉଛି ଓ ୨୩ ବର୍ଷ ଧରି ଜଳ, ଜଙ୍ଗଲ, ଜମି ଲୁଟ ହେଉଛି ବୋଲି ଅଭିଯୋଗ କରିଛନ୍ତି । କେନ୍ଦ୍ରର ମୋଦୀ ସରକାର ଜନ ବିରୋଧୀ ଓ କମ୍ପାନୀ ଅର୍ଥରେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି । ସେହିପରି ଦେଶ ବିକୁଛୁ କେନ୍ଦ୍ର, ରାଜ୍ୟ ଖଣିଜ ସଂପଦ ବିକୁଛି ବାଲି କହିଛନ୍ତି ।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରିଛନ୍ତି,ଜଗନ୍ନାଥଙ୍କ ଉପରେ ବହୁ ବିଦେଶୀ ଆକ୍ରମଣ କରୁଛନ୍ତି। ଉତ୍କଳ ଗୌରବ ମଧୁବାବୁ ଜଗନ୍ନାଥଙ୍କ ଜମି ପାଇଁ ଲଢିଥିଲେ। ପ୍ରଶାନ୍ତ ଭୂଷଣଙ୍କୁ ସେ ଦ୍ଵିତୀୟ ମଧୁବାବୁ ବୋଲି କହିଛନ୍ତି।  ଓଡ଼ିଆଙ୍କୁ ରାଜ୍ୟ ସରକାର ଦରିଦ୍ର କରୁଛନ୍ତି । ୫- ଟି ଏକ ବଡ ପ୍ରବଞ୍ଚନା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଜମି ଦେଇ ନବୀନ ପଟ୍ଟନାୟକ ଲୋକଙ୍କୁ ଧୋକା ଦେଇଛନ୍ତି। ୬ ହଜାର ପରିବାରର ଅଧିକାର ଛଡ଼ାଇ ନେଇଛନ୍ତି । ଓଡ଼ିଶାରେ ବ୍ରିଟିଶ ରାଜ, ଜଙ୍ଗଲ ରାଜ ଚାଲିଛି।
ଜଗନ୍ନାଥଙ୍କ ଜମି ଓ ଲୋକଙ୍କ ଜମି ତୁରନ୍ତ ଫେରାଇବାକୁ ସେ ଦାବି କରିଛନ୍ତି ।  ଶିଳ୍ପ ପ୍ରତିଷ୍ଠାରେ ନବୀନ ସରକାର ସଂପୂର୍ଣ୍ଣ ବିଫଳ ଓ  ବେକାରୀ ସମସ୍ୟା ଉତ୍କଟ ହେଉଛି ବୋଲି କହିଛନ୍ତି । ସବୁ ବିରୋଧୀ ଏକାଠି ଲଢ଼ିବେ ଓ  ପଶ୍ଚିମ ବଙ୍ଗ ସ୍ଥିତି ଓଡ଼ିଶାରେ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିଜେଡିରେ ଫାଟ ସୃଷ୍ଟି  ହୋଇ ହୋଇଛି। ବିଜେଡି – ବିଜେପି ଭାଇ ଭାଇ ଓ  ମିଳିମିଶି ରାଜ୍ୟକୁ ଲୁଟୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories