www.samajalive.in
Wednesday, December 10, 2025
16.1 C
Bhubaneswar

ବୋମାମାଡ ଘଟଣାର ଅଟକ ଅଭିଯୁକ୍ତ ଥାନାରୁ ଚମ୍ପଟ

ଆଠଗଡ: ଆଠଗଡ ଥାନା ପରିସରରୁ ପୁଲିସକୁ ଚକମା ଦେଖାଇ ଜଣେ ଆସାମୀ ଚମ୍ପଟ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି । ପ୍ରକାଶଯୋଗ୍ୟ ଗତ ଅଗଷ୍ଟ ମାସ ୯ ତାରିଖରେ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅନ୍ତର୍ଗତ ଅମୃତମଣୋହିପାଟଣା ଗ୍ରାମରେ ଶାସକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଠିକା କାମକୁ ନେଇ ସଂଘର୍ଷ ଓ ବୋମାମାଡ ଘଟଣା ଘଟିଥିଲା। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଆଠଗଡ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିଲା। ଶାନ୍ତିଲତା ଜେନାଙ୍କ ଅଭିଯୋଗରେ ୧୬୮/୨୩ ଓ ଗୁଣନିଧି ଜେନାଙ୍କ ଅଭିଯୋଗରେ ୧୬୯/୨୩ ନଂ ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହା ପୂର୍ବରୁ ଉଭୟ ଗୋଷ୍ଠୀରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ଚାଲାଣ କରାଯାଇଛି । ଶୁକ୍ରବାର ରାତିରେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅମୃତମଣୋହିପାଟଣାର ବିରଞ୍ଚି ନାରାୟଣ ମନ୍ତ୍ରୀଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରିଥିଲେ ଏବଂ ତାଙ୍କୁ ଶନିବାର କୋର୍ଟ ଚାଲାଣ କରିଥାନ୍ତେ। ହେଲେ ଶନିବାର ଶୌଚ ହେବାକୁ ଯିବାବେଳେ କର୍ତ୍ତବ୍ୟରତ ପୁଲିସ କନେଷ୍ଟବଳଙ୍କୁ ଧକ୍କା ମାରି ଥାନାରୁ ଦୌଡି ଚମ୍ପଟ ମାରିଥିବା ଜଣାପଡିଛି । ଏହି ଘଟଣା ଘଟିବା ପରେ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ ପୁଲିସର ତିନୋଟି ଦଳ ଗଠନ କରାଯାଇ ଫେରାର ଆସାମୀକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଯୋରଦାର ଚଢାଉ ଜାରି ରହିଥିବା ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories