www.samajalive.in
Monday, December 8, 2025
27.1 C
Bhubaneswar

ଜି-୨୦ରେ ସ୍ୱାଗତର ପ୍ରତିବିମ୍ବ ; ଓଡ଼ିଶାର କାଳଜୟୀ ଆଶ୍ଚର୍ଯ୍ୟ-କୋଣାର୍କ ଚକ୍ର

ନୂଆଦିଲ୍ଲୀ : ଭାରତ ମଣ୍ଡପମ୍‌‌ ସ୍ୱାଗତ ସ୍ଥଳର ଶୋଭାବର୍ଦ୍ଧନ କରିଛି ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ଚକ୍ର । ଶନିବାର  ଜି-୨୦ ଶିଖର ସମ୍ମିଳନୀକୁ ଆସିଥିବା ସମସ୍ତ ରାଷ୍ଟ୍ରର ମୁଖ୍ୟ ଓ ଯୋଗଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ଏହି କୋଣାର୍କ ଚକ୍ର ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋଣାର୍କ ଚକ୍ର ଦେଖାଇ ପ୍ରଧାନମନ୍ତ୍ରୀ ଏହାର ବୈଶିଷ୍ଟ୍ୟତା ସମ୍ପର୍କରେ ଅବଗତ କରାଇଥିଲେ।

ତେବେ  ଜି-୨୦ ରେ ଓଡ଼ିଶାର କାଳଜୟୀ ଆଶ୍ଚର୍ଯ୍ୟ – କୋଣାର୍କ ଚକ୍ର ସ୍ୱାଗତର ପ୍ରତିବିମ୍ବ ହେବା ଖୁସିର ବିଷୟ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଟ୍ବିଟ କରି ଶ୍ରୀ ପ୍ରଧାନ କହିଛନ୍ତି, ସମସ୍ତ ଭାରତୀୟ ବିଶେଷ ଭାବରେ ଆମ ଓଡ଼ିଆ ଭାଇ ଭଉଣୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଭାରତର ସଭ୍ୟତା, ସଂସ୍କୃତି ଏବଂ ସ୍ଥାପତ୍ୟ ଓ ଉତ୍କର୍ଷତାର ପ୍ରତୀକ କୋଣାର୍କ ଚକ୍ର ନିରନ୍ତରତା ଓ ପ୍ରଗତିର ପ୍ରତିଫଳକ ବୋଲି ସେ ବର୍ଣ୍ଣନା କରିଛନ୍ତି।

- Advertisement -

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories