ଡ଼ାଳିମ୍ବ ଚୋପାରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଇଁ ଏଥିରେ ପ୍ରସ୍ତୁତ ଚାହା ବହୁତ ଲାଭଦାୟକ ଅଟେ। ଖାଇବା ପରେ ଏହାକୁ ପିଇଲେ ଖାଦ୍ୟ ଭଲ ଭାବେ ହଜମ ହେବା ସହ ପାଚନ କ୍ରିୟା ଠିକ ଭାବେ କାର୍ୟ୍ୟ କରିଥାଏ।
ତଣ୍ଟି ଗତଗତ ହେବା ଦୂର ହୋଇଥାଏ..
ବହୁ ସମୟରେ ଗଳାରେ ଖଚଖଚ ବା ଗତଗତ ହୋଇଥାଏ। ଡ଼ାଳିମ୍ବ ଚାହା ପିଇବା ଦ୍ୱାରା ଟନ୍ସିଲ୍ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ଏହି ଚାହା ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ହୃଦୟ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ। ଏହା ଛଡ଼ା ରକ୍ତଚାପ, କୋଲେଷ୍ଟେରୋଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
ଏହି ଚାହାରେ ଥିବା ଆଣ୍ଟଅକ୍ସିଡ଼ାଣ୍ଟ ବୟସର ପ୍ରଭାବକୁ କମ କରିଥାଏ। ତେଣୁ ଅଧିକ ବୟସ ହେଲେ ମଧ୍ୟ କମ ବୟସ୍କ ଭଳି ଜଣାଯାଇଥାଏ।
ଏହା ହାଡ଼କୁ ଶକ୍ତ କରିଥାଏ। ତେଣୁ ଏହାକୁ ପିଇବା ଦ୍ୱାରା ହାଡ଼ ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ।
ଏହି ଚାହାକୁ ନିୟମିତ ପିଇବା ଦ୍ୱାରା କର୍କଟ ରୋଗରୁ ଶରୀରକୁ ଦୂରରେ ରଖେ। ମୁଖ୍ୟତଃ ଚର୍ମ କର୍କଟରୁ ଶରୀରକୁ ଦୂରରେ ରଖେ।
ଆସିଲା ‘ଯବାନ’ ରିପୋର୍ଟ କାର୍ଡ଼; ପ୍ରଥମ ଦିନ ଆୟରେ ନୂଆ ଇତିହାସ ରଚିଲା
ପିଆଜ ଚୋପା..
ବହୁ ପୁରୁଷ ଓ ମହିଳାଙ୍କ ମୁହଁରେ ବିଭିନ୍ନ ଦାଗ ଥାଏ। ନିୟମିତ ପିଆଜର ଚୋପାକୁ ବ୍ୟବହାର କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେଥିରେ ମହୁ ଓ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାର ସମସ୍ତ ଦାଗ ଦୂର ହୋଇଥାଏ।
ପିଆଜର ଚୋପାକୁ ପାଣିରେ ପକାଇ ୮ ଘଣ୍ଟା ରଖି ଦିଅନ୍ତୁ। ଏହାପରେ ଏହାପରେ ସେହି ପାଣିକୁ ସେବନ କରନ୍ତୁ। ଏପରି ପିଆଜ ଚୋପାର ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ବହୁ ସମୟରେ ଥଣ୍ଡା ଜନିତ ସମସ୍ୟା କାରଣରୁ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ସେହି ସମୟରେ ପିଆଜର ଚୋପାକୁ ପାଣିରେ ଫୁଟାଇ ଏହାକୁ ସାମାନ୍ୟ ଥଣ୍ଡା କରନ୍ତୁ। ଏହାପରେ ସେହି ପାଣିକୁ କୁଳୁକୁଳୁ କରନ୍ତୁ। ଏପରି ଦିନକୁ ୨ଥର କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୋଇଥାଏ।



