www.samajalive.in
Saturday, December 13, 2025
27.1 C
Bhubaneswar

ଜଗନ୍ନାଥପୁର ମାର୍କେଟ କଂପ୍ଲେକ୍ସ ବିବାଦ, ଦଳିତ ମହାସଂଘ ଓ ଗ୍ରାମବାସୀଙ୍କ ଅନଶନ

ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ମାର୍କେଟ୍‌‌ କଂପ୍ଲେକ୍ସ କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅମାନ୍ୟ କରି ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ଓ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଶନିବାର ମାର୍କେଟ କଂପ୍ଲେକ୍ସ ସମ୍ମୁଖରେ ଅଢେଇ ଘଣ୍ଟାକାଳ ଅନଶନ କରାଯାଇଥିଲା।
ଅଭିଯୋଗ ଅନୁଯାଇ, ଜଗନ୍ନାଥପୁର ପଞ୍ଚାୟତର ଗୋଚର ଜମିରେ ବହୁ ଅର୍ଥ ବ୍ୟୟ କରାଯାଇ ମାର୍କେଟ୍‌‌ କଂପ୍ଲେକ୍ସର ୮ବଖରା ଘର ନିର୍ମାଣ କରାଯାଇଛି । ଉକ୍ତ ମାର୍କେଟ୍‌‌ କଂପ୍ଲେକ୍ସ ନିର୍ମାଣରେ ବହୁ ଅର୍ଥ ଆତ୍ମସାତ କରାଯାଇଥିବା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଦୁର୍ନିତୀ ନିବାରଣ ବିଭାଗରେ ଅଭିଯୋଗ କରାଯାଇଥିଲା। ଏନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି ରଖିବାକୁ ଆଦେଶ ଦେଇଥିବାବେଳେ ସେଠାରେ ଆଜି ନିର୍ମାଣ କାର୍ଯ୍ୟ ଜାରି ରହିଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ମମତା ବେହେରା, ଗେଲି ବେହେରା, ସବିତା ବେହେରା, ମିନତୀ ମଲ୍ଲିକ, ମିନା ସେଠୀଙ୍କ ସମେତ ଉକ୍ତ ପଞ୍ଚାୟତର ଯୁବନେତା ସୁଧିର ବିଶ୍ୱାଳ, ରାମଚନ୍ଦ୍ର ବରାଳ, ମୃତ୍ୟୁଞ୍ଜୟ ସ୍ୱାଇଁ, ନକୁଳ ବିଶ୍ୱାଳ, କୃଷ୍ଣଚନ୍ଦ୍ର ବରାଳ, ସଞ୍ଜୀବ ବରାଳ, ବାନାମ୍ବର ବେହେରା, ଜୟନ୍ତ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ମହିଳା ଓ ପୁରୁଷମାେନେ ଶନିବାର ପୂର୍ବାହ୍ନ ୧୧ଟା ଠାରୁ ଉକ୍ତ ମାର୍କେଟ୍‌‌ କଂପ୍ଲେକ୍ସ ସମ୍ମୁଖରେ ଅନଶନରେ ବସିଥିଲେ। ସ୍ଥିତାବସ୍ଥା ଜାରି ରଖିବାକୁ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏଠାରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ଘଟଣାକୁ ଦଳିତ ମହାସଂଘର ରାଜ୍ୟ ସଭାପତି ଶ୍ରୀସେଠୀ ତୀବ୍ର ବିରୋଧ କରିବା ସହ ଅଦାଲତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଧିକାରୀ ଓ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଭିଜିଲାନ୍ସ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକୁ ବନ୍ଦ ରଖିବାକୁ ସେମାନେ ଦାବି କରିବା ସହ ଏ ସଂପର୍କିତ ଏକ ଦାବିପତ୍ରକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟଙ୍କୁ ପ୍ରଦାନ କରାଯାଇଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories