www.samajalive.in
Monday, December 15, 2025
17.1 C
Bhubaneswar

ଆସିଆନ ସମ୍ମିଳନୀ ; ପ୍ରତିରକ୍ଷା, ବାଣିଜ୍ୟ କ୍ଷେତ୍ରରେ ସହଯୋଗ ଲାଗି ସମ୍ମତି

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ସଂଘ (ଆସିଆନ)ର ଦୁଇଦିନିଆ ସମ୍ମିଳନୀ ଗୁରୁବାର ଶେ​‌ଷ ହୋଇଛି । ସମ୍ମିଳନୀରେ ସଂଘର ସଦସ୍ୟ ରାଷ୍ଟ୍ରଗୁଡିକ ପ୍ରତିରକ୍ଷା, ବାଣିଜ୍ୟ, ଅର୍ଥନୀତି ଓ ପରିବେଶ ଭଳି କ୍ଷେତ୍ରରେ ପରସ୍ପରର ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ସେହିପରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ଓ ଆର୍ଥିକ ବିକାଶ ଲାଗି ଆବଶ୍ୟକ ସୁଯୋଗ ସୃଷ୍ଟି କରିବା ଲାଗି ଏକାଠି କାମ କରିବେ। ବୈଠକରେ ଯୋଗ ଦେଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଆସିଆନ ସମନ୍ବୟକୁ ମଜଭୁତ କରିବା ଲାଗି ୧୨ ପ୍ରସ୍ତାବ ଦେଇଥିଲେ। ମୋଦୀ କହିଥିଲେ ଆସିଆନ ରାଷ୍ଟ୍ରଗୁଡିକ ସହ ସମ୍ପର୍କକୁ ନିବିଡ କରିବା ଲାଗି ଭାରତ ଡିଜିଟାଲ ପରିବର୍ତ୍ତନ, ବାଣିଜ୍ୟ, ଅର୍ଥନୀତି ଆଦି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବ। ଏହା ସହିତ ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ସମସ୍ତ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ମୋଦୀ କହିଛନ୍ତି​‌ ଯେ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବ ପାଇଁ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଭୂ-ରାଜନୈତିକ ବିବାଦ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି। ଏ ସବୁ ସତ୍ତ୍ବେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ବିକାଶ ନିମନ୍ତେ ଭାରତ କାର୍ଯ୍ୟ କରିବାକୁ ସର୍ବଦା ଆଗ୍ରହୀ। ୪୩ତମ ଆସିଆନ ସମ୍ମିଳନୀ ଶେ​‌ଷ ପରେ ସଂଘର ପରବର୍ତ୍ତୀ ଅଧ୍ୟକ୍ଷତା ଦାୟିତ୍ବ ସିଙ୍ଗାପୁରକୁ ହସ୍ତାନ୍ତର କରାଯାଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱଡୋଡୋ ଅଧ୍ୟକ୍ଷତା ଦାୟିତ୍ବ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲାଓସଙ୍କୁ ପ୍ରଦାନ କରିଥିଲେ। ଏଥିରେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡେୟୁ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories