www.samajalive.in
Monday, December 15, 2025
14.1 C
Bhubaneswar

ବ୍ଲକ ସରପଞ୍ଚ ସଂଘର ଜରୁରୀ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସଭା ଗୃହରେ ଫିରିଙ୍ଗିଆ ବ୍ଲକ ସରପଞ୍ଚ ସଙ୍ଘ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଲାଗୁଡା ସରପଞ୍ଚ ରୋହିତ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ତଳ ଦଣ୍ଡିକିଆ ପଞ୍ଚାୟତ ସରପଞ୍ଚ ଶଙ୍କର ପ୍ରଧାନ, କେଳାପଡା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ, ପଲାବୃଡି ସରପଞ୍ଚ ଲୀଳା ବତୀ ମଲିକ, ପବିଙ୍ଗିଆ ପଞ୍ଚାୟତ ସରପଞ୍ଚ ଲାଲ ମୋହନ କହଁରଙ୍କ ସହ ଫିରିଙ୍ଗିଆ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ। ତେବେ ଫିରିଙ୍ଗିଆ ବ୍ଲକର ସରପଞ୍ଚ ମନେ ତାଙ୍କର ବିଭିନ୍ନ ଦାବି ବିଗତ ଦିନ ମାନଙ୍କରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ୍ୟ ସରକାର ସରପଞ୍ଚ ମାନଙ୍କ ଦାବିକୁ ନମନିବା ଓ ସରକାର ସରପଞ୍ଚ ମାନଙ୍କ ପ୍ରତି ବୈମାତୃକ ମନଭାବ ପୋଷଣ କରୁଥିବା ଅଭଯୋଗ କରି ଆଗାମୀ ଦିନରେ ସରପଞ୍ଚ ମାନେ ରାଜ୍ୟ ସ୍ତରରେ ଏକ ବିରାଟ ଆନ୍ଦୋଳନ କରିବା ପାଇଁ ଏହି ପ୍ରସ୍ତୁତି ବୈଠକ କରାଯାଇଥିବା ଫିରିଙ୍ଗିଆ ସରପଞ୍ଚ ସଙ୍ଘ ର ସମ୍ପାଦକ ତଥା ପବିଙ୍ଗିଆ ପଂଚାୟତର ସରପଞ୍ଚ ଲାଲମୋହନ କହଁର ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories