www.samajalive.in
Monday, December 15, 2025
27.1 C
Bhubaneswar

ବ୍ଲକସ୍ତରୀୟ ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର

ସାକ୍ଷୀଗୋପାଳ :  ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗୁରୁବାର ପେଣ୍ଠପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଅଛି । ଉଦଘାଟନୀ ଉତ୍ସବରେ ସତ୍ୟବାଦୀ ବ୍ଲକ ଏବିଡିଓ ସଲିଳ କୁମାର ଦାସ, ସିଡିପିଓ ରାଜଲକ୍ଷ୍ମୀ ଦାଶ, ବିଏସ ଏସଓ ମୋନିକା ଦାସ, କନିଷ୍ଠ ସହାୟକ  ଶ୍ରୀଲକ୍ଷ୍ମୀ ବେହେରା, ଜିଲ୍ଲା କଳାସଂସ୍କୃତି ସଂଘ ଉପସଭାପତି ବସନ୍ତ ପ୍ରଧାନ ଓ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇଙ୍କ ସହ ବ୍ଲକର ସଂସାଧନ ସଭ୍ୟ ପ୍ରଶିକ୍ଷକ ଗାୟକ ବିଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଶିବିରରେ ଯୋଗଦେଇଥିବା  କଳାକାର ମାନଙ୍କୁ ଆସନ୍ତା ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସଂପର୍କରେ ବିଷଦ ଭାବେ ଅବଗତ ହୋଇ ଶିବିରାର୍ଥୀ କଳାକାର ମାନେ ଆନନ୍ଦ ପ୍ରକାଶ କରିଥିଲେ। ଶୁକ୍ରବାର ଏହି ଶିବିର ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଅଛି। ସତ୍ୟବାଦୀ ପାଲା ଗାୟକ ମଣ୍ଡଳ ସଭାପତି ବିଶ୍ଵନାଥ ବିଶ୍ଵାଳ, କୋଷାଧ୍ୟକ୍ଷ ପ୍ରତାପ ପ୍ରଧାନ, କୈଳାସ ଗୋଟିପୁଅ ଓଡିଶୀନୃତ୍ୟ ପରିଷଦ ସହ ସଂପାଦକ ହେମେନ୍ଦ୍ର ନାଥ ପଟ୍ଟନାୟକ ଓ ଯୁବ ମର୍ଦ୍ଦଳ ବାୟକ ସମୀର କୁମାର ପଲେଇ ପ୍ରମୁଖ ଶିବିର ଆୟୋଜନରେ ସହାୟତା କରିଥିଲେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories