ଭୁବନେଶ୍ୱର : ଆଜି ମଧ୍ୟାହ୍ନରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଛି। ଭୁବନେଶ୍ୱର ସହ କଟକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ପାଣି ଜମିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ସେହିପରି ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ ୪ ଓ ପ୍ରବଳ ବର୍ଷା ପାଇଁ ୧୪ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡରେ ଅତିପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଦେବଗଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁୁ ସତର୍କ ସୂଚନା ଜାରି କରାଯାଇଛି।
ରାଜଧାନୀରେ ପ୍ରବଳ ବର୍ଷା ; ୧୮ ଜିଲାକୁ ସତର୍କ ସୂଚନା ଜାରି
Popular Categories



